ଜମିବ ହ୍ରିତିକ ଓ ସୈଫଙ୍କ ଯୋଡ଼ି

ମୁମ୍ବାଇ: ବଲିଉଡ ଅଭିନେତା ହ୍ରିତିକ ରୋଶନ ଓ ସୈଫ ଅଲ୍ଲୀ ଖାନ ବଡ଼ ପରଦାରେ ଏକାଠି ନଜର ଆସିବେ। ଆଜ୍ଞା ହଁ, ତାମିଲ ହିଟ୍ ଫିଲ୍ମ ‘ବିକ୍ରମ ବୈଧା’ର ହିନ୍ଦୀ ରିମେକର ମୁଖ୍ୟ ଭୂମିକାରେ ହ୍ରିତିକ ଓ ସୈଫଙ୍କୁ ଦେଖିବାକୁ ମିଳିବ। ଫିଲ୍ମର ନିର୍ଦ୍ଦେଶନା ମୂଳ ଫିଲ୍ମର ନିର୍ଦ୍ଦେଶକ ପୁଷ୍କର-ଗାୟତ୍ରୀ ହିଁ ନିର୍ବାହ କରିବେ। ଏହି ଫିଲ୍ମ ୨୦୨୨ ଡିସେମ୍ବର ୩୦ରେ ପ୍ରେକ୍ଷାଳୟରେ ରିଲିଜ ହେବ।

ସୂଚନାଯୋଗ୍ୟ, ‘ବିକ୍ରମ ବୈଧା’ରେ ଆର ମାଧବନ ଓ ବିଜୟ ସେତୁପତି ମୁଖ୍ୟ ଭୂମିକାରେ ନଜର ଆସିଥିଲେ। ଫିଲ୍ମଟି ଦର୍ଶକଙ୍କୁ ଖୁବ୍ ଆକୃଷ୍ଟ କରିଥିଲା। ଏହି ଫିଲ୍ମଟି ବିକ୍ରମ-ବେତାଳର ପ୍ରାଚୀନ ଭୂମିକା ଉପରେ ଆଧାରିତ।