ହୀରାକୁଦ ବିସ୍ଥାପିତଙ୍କୁ ମିଳିବ ଜମି ପଟ୍ଟା

ସମ୍ବଲପୁର,ଏନ୍‌ଏନ୍‌ଏସ୍‌: ଦୀର୍ଘ ବର୍ଷର ଅପେକ୍ଷା ପରେ ହୀରାକୁଦ ବିସ୍ଥାପିତଙ୍କୁ ଜମି ପଟ୍ଟା ମିଳିବାକୁ ଯାଉଛି । ଏଥିରେ ହୀରାକୁଦ ପାଇଁ ବିସ୍ଥାପିତ ୧୯ଟି ଗାଁର ଲୋକେ ପଟ୍ଟା ପାଇବେ । ୧୭୪୯ ପରିବାରକୁ ୩,୨୩୧ ଏକର ଜମି ଉପରେ ଅଧିକାର ମିଳିବ । ଡିସେମ୍ବରରୁ ଲିମେଇତିକ୍ରା, ସାହସବାଗ, ଲାଛିପଲ୍ଲୀ,ପାତ୍ରପଲ୍ଲୀ ଓ କୁଆଁମୁଣ୍ଡା ଗାଁ ଲୋକଙ୍କୁ ପଟ୍ଟା ମିଳିବ । ସେହିପରି ସୋରଡ଼ା ବ୍ଲକର ୧୭ଟି ଗାଁର ୮୮୩ ଲୋକଙ୍କୁ ପଟ୍ଟା ମିଳିବ ବୋଲି ଜଣାପଡ଼ିଛି ।