ହିନା ଖାନଙ୍କ ଧନିଆ-ପୁଦିନା ଚଟଣି

ଭୁବନେଶ୍ୱର,ଏନ୍ଏନ୍ଏସ୍ : ଛୋଟ ପରଦାରେ ଲୋକପ୍ରିୟ ହେବା ପରେ ବଲିଉଡ୍ରେ ପ୍ରବେଶ କରିଥିବା ହିନା ଖାନ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚାରେ ଅଛନ୍ତି। ପ୍ରତ୍ୟେକ ଦିନ କିଛି ଭିଡିଓ ସେ ସେୟାର କରୁଛନ୍ତି ଓ ସେସବୁ ଖୁବ ଭାଇରାଲ ହେଉଛି। କେବେ ସେ ଫିଟନେସ ଭିଡିଓ ତ ଆଉ କେବେ ଖାଦ୍ୟ ପ୍ରସ୍ତୁତ କରୁଥିବା ବେଳର ଭିଡିଓ ଇଣ୍ଟରନେଟ୍ରେ ଛାଡ଼ି ଚର୍ଚ୍ଚାରେ ଥାଆନ୍ତି। ନିକଟରେ ହିନା ଧନିଆ ଓ ପୁଦିନାରୁ ଗ୍ରୀନ ଚଟଣି ପ୍ରସ୍ତୁତ କରି ପ୍ରଶଂସକଙ୍କ ସହ ରେସିପି ସେୟାର କରିଛନ୍ତି। ଭିଡିଓରେ ହିନା ଏକଥା ମଧ୍ୟ କହୁଛନ୍ତି ଯେ, ବିରିୟାନି ସହିତ ଗ୍ରୀନ ଚଟଣି ଖୁବ ଭଲ ଲାଗେ। ଭିଡିଓ ସେୟାର କରିବା ସହିତ ହିନା କ୍ୟାପସନ ଲେଖିଛନ୍ତି – ‘ଘରେ ତିଆରି କରିଥିବା ଚଟଣି। ଆଶା କରୁଛି, ଆପଣମାନଙ୍କୁ ଭଲ ଲାଗିବ।’ ହିନାଙ୍କର ଏହି ଭିଡିଓଟିକୁ ୨ଲକ୍ଷ ୩୨ ହଜାରରୁ ଅଧିକ ଥର ଦେଖିସାରିଲେଣି ପ୍ରଶଂସକ। ଟିଭି ଧାରାବାହିକ ‘ୟେ ରିସ୍ତା କ୍ୟା କେହଲାତା ହୈ’ରୁ ଘରେ ଘରେ ପରିଚିତି ହାସଲ କରିଛନ୍ତି ହିନା।