ଆଜି ରାଜ୍ୟରେ ସର୍ବାଧିକ ୧,୯୮୧ କରୋନା ଆକ୍ରାନ୍ତ ଚିହ୍ନଟ, ୯ ମୃତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ପୁଣି ଥରେ ରାଜ୍ୟରେ କରୋନା ସଂକ୍ରମଣ ରେକର୍ଡ କରିଛି। ସବୁଦିନ ତୁଳନାରେ ଆଜି ପୁଣି ସର୍ବାଧିକ ୩୦ଟି ଜିଲ୍ଲାରୁ ୧,୯୮୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ସେଥିମଧ୍ୟରୁ ୧,୨୨୫ ଜଣ କ୍ୱାରେଣ୍ଟାଇନ ସେଣ୍ଟରର ଓ ୭୫୬ ଜଣ ଲୋକାଲର ବୋଲି ଜଣାପଡ଼ିଛି। ସେହିପରି ଆଜି ରାଜ୍ୟରେ ୯ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗର ସୂଚନା ଅନୁସାରେ ଆଜି ଖୋର୍ଦ୍ଧାରେ ସର୍ବାଧିକ ୨୭୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ଗଞ୍ଜାମରୁ ୨୬୭, କନ୍ଧମାଳରୁ ୧୭୯, ସୁନ୍ଦରଗଡ଼ରୁ ୧୪୫, କଟକରୁ ୧୩୧, କୋରାପୁଟରୁ ୯୭, ପୁରୀରୁ ୭୭, ଭଦ୍ରକରୁ ୬୫, ମାଲକାନଗିରିରୁ ୬୪, ଯାଜପୁରରୁ ୬୦, ବାଲେଶ୍ୱରରୁ ୫୯, ସୋନପୁରରୁ ୫୭, ନୟାଗଡ଼ରୁ ୫୬, ରାୟଗଡ଼ାରୁ ୫୫, ଜଗତସିଂହପୁରରୁ ୪୨, କଳାହାଣ୍ଡି ଓ ଢ଼େଙ୍କାନାଳରୁ ୩୯ ଜଣ ଲେଖାଏଁ, ସମ୍ବଲପୁରରୁ ୩୮, ମୟୂରଭଞ୍ଜରୁ ୩୭, କେନ୍ଦ୍ରାପଡ଼ାରୁ ୨୯, ବରଗଡ଼ ଓ ବଲାଙ୍ଗିରରୁ ୨୭ ଜଣ ଲେଖାଏଁ, କେନ୍ଦୁଝରରୁ ୨୩, ବୌଦ୍ଧରୁ ୨୨, ନବରଙ୍ଗପୁରରୁ ୧୮, ନୂଆପଡ଼ା ଓ ଦେବଗଡ଼ରୁ ୧୬ ଜଣ ଲେଖାଏଁ, ଝାରସୁଗୁଡ଼ା ଓ ଗଜପତିରୁ ୮ ଜଣ ଲେଖାଏଁ ଓ ଅନୁଗୁଳରୁ ୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଏଥିସହିତ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୨,୬୫୩ରେ ପହଞ୍ଚିଛି। ସେଥିମଧ୍ୟରୁ ୩୬,୪୭୮ ଜଣ ସୁସ୍ଥ ହୋଇସାରିଥିବା ବେଳେ ୧୫,୮୦୮ ଜଣ ଚିକିତ୍ସିତ ଅଛନ୍ତି।

ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ମୁତାବକ ଆଜି ରାଜ୍ୟରେ ଆଉ ୯ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହି ମୃତକଙ୍କ ମଧ୍ୟରେ ଗଞ୍ଜାମର ଜଣେ ୭୩ ବର୍ଷୀୟ ବୃଦ୍ଧ, ଜଣେ ୮୨ ବର୍ଷୀୟ ବୃଦ୍ଧ ଓ ଜଣେ ୩୬ ବର୍ଷୀୟ ଯୁବକ ରହିଛନ୍ତି। ସେହିପରି କଟକର ଜଣେ ୨୩ ବର୍ଷୀୟ ଯୁବକ ଓ ଜଣେ ୭୨ ବର୍ଷୀୟ ବୃଦ୍ଧ, ମୟୂରଭଞ୍ଜର ଜଣେ ୫୮ ବର୍ଷୀୟ ପୁରୁଷ ଓ ଜଣେ ୬୦ ବର୍ଷୀୟ ବୃଦ୍ଧ, ସୁନ୍ଦରଗଡ଼ର ଜଣେ ୮୧ ବର୍ଷୀୟ ବୃଦ୍ଧ ଓ କନ୍ଧମାଳର ଜଣେ ୬୧ ବର୍ଷୀୟ ବୃଦ୍ଧଙ୍କ କରୋନାରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୩୧୪ରେ ପହଞ୍ଚିଛି। ସେଥିରୁ ଗଞ୍ଜାମର କେବଳ ୧୪୭ କରୋନା ମୃତକ ଅଛନ୍ତି।