ବର୍ଷାଙ୍କୁ ନୋଟିସ ପଠାଇଲେ ହାଇକୋର୍ଟ

କଟକ,ଏନ୍‌ଏନ୍‌ଏସ୍‌: ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ବିବାହ ବିଚ୍ଛେଦ ମାମଲାରେ ହାଇକୋର୍ଟ ବର୍ଷାଙ୍କୁ ନୋଟିସ ପଠାଇଛନ୍ତି । ସ୍ୱାମୀ ଅନୁଭବଙ୍କ ଆବେଦନ ଅନୁସାରେ ବର୍ଷାଙ୍କୁ ନୋଟିସ ହୋଇଛି । ପରିବାର ଅଦାଲତକୁ ରେକର୍ଡ ଦାଖଲ ପାଇଁ ମଧ୍ୟ ନିର୍ଦ୍ଦେଶ ହୋଇଛି ।

ସୂଚନାଯୋଗ୍ୟ, ପରିବାର ଅଦାଲତ ଅନୁଭବ-ବର୍ଷା ବିବାହ ବିଚ୍ଛେଦ ଆବେଦନକୁ ଖାରଜ କରିଥିଲେ । ରାୟ ବିରୋଧରେ ଅନୁଭବ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଆସନ୍ତା ୯ ତାରିଖରେ ପରବର୍ତ୍ତୀ ଶୁଣାଣୀ ନେଇ ଦିନ ଧାର୍ଯ୍ୟ ହୋଇଛି ।