ମାସ୍କ ଓ ପିପିଇ କିଟ୍ ଦୁର୍ନୀତି ମାମଲା: ଲୋକାୟୁକ୍ତରେ ହାଜର ହେଲେ ହେମନ୍ତ ଶର୍ମା ଓ ଯାମିନି ଷଡ଼ଙ୍ଗୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: ତତ୍କାଳୀନ କ୍ରୟ କମିଟି ମୁଖ୍ୟ ବରିଷ୍ଠ ଆଇଏଏସ୍ ହେମନ୍ତ ଶର୍ମା ଓ ରାଜ୍ୟ ଔଷଧ ନିଗମ ଅଧ୍ୟକ୍ଷା ଯାମିନି ଷଡ଼ଙ୍ଗୀ ଆଜି ଲୋକାୟୁକ୍ତରେ ହାଜର ହୋଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ ମାସ୍କ ଓ ପିପିଇ କିଟ୍ କିଣିବାରେ ଦୁର୍ନୀତି ହୋଇଥିବା ନେଇ ରାଜ୍ୟ କଂଗ୍ରେସ ଓ ଓଡ଼ିଶା ବିକାଶ ପରିଷଦ ପକ୍ଷରୁ ଅଭିଯୋଗ ହୋଇଥିଲା। ଏହି ମାମଲାରେ ଆଜି ଶ୍ରୀ ଶର୍ମା ଓ ଶ୍ରୀମତି ଷଡ଼ଙ୍ଗୀ ଲୋକାୟୁକ୍ତରେ ହାଜର ହୋଇ ନିଜର ପକ୍ଷ ରଖିଛନ୍ତି।