ଭାରତ ବନ୍ଦ ସମୟରେ ବିଧାୟକଙ୍କ ପାଇଁ ସହାୟତା ନମ୍ୱର ଜାରି

ଭୁବନେଶ୍ୱର,ଏନ୍ଏନ୍ଏସ୍: କେନ୍ଦ୍ର ସରକାରଙ୍କ ଶ୍ରମିକ ସ୍ୱାର୍ଥ ବିରୋଧୀ ଆଇନ ନେଇ ଆଜି ସାରା ଦେଶରେ ୧୦ଟି କେନ୍ଦ୍ରୀୟ ଟ୍ରେଡ୍‌ ୟୁନିୟନ ମିଳିତ ମଞ୍ଚ ପକ୍ଷରୁ ଧର୍ମଘଟ ଡାକରା ଦିଆଯାଇଛି। ଏହି ସମୟରେ ବିଧାନସଭା ଶୀତକାଳୀନ ଅଧିବେଶନ ଚାଲୁଥିବାରୁ ବିଧାୟକମାନେ ବିଧାନସଭା ଆସିବାରେ କୌଣସି ଅସୁବିଧା ନ ହେବ, ସେଥିପାଇଁ ଭୁବନେଶ୍ୱର ଡିସିପିଙ୍କ ସହାୟତା ନେବା ପାଇଁ ଆଜି ଗୃହରେ ଉପବାଚସ୍ପତି ରଜନୀ କାନ୍ତ ସିଂହ ୩ଟି ପୁଲିସ ସହାୟତା ନମ୍ବର ଘୋଷଣା କରିଛନ୍ତି।

ସେଗୁଡ଼ିକ ହେଲା ୭୪୪୦୦୦୬୭୩୬, ୯୪୩୭୫୮୧୫୭୫ ଓ ୧୦୦। ଯଦି କୌଣସି ବିଧାୟକ ବିଧାନସଭା ଆସିବା ବାଟରେ କୌଣସି ଅସୁବିଧାର ସମ୍ମୁଖୀନ ହୁଅନ୍ତି, ତା’ହେଲେ ପୁଲିସ ସହାୟତା ପାଇଁ ଡାଏଲ କରିପାରିବେ। ପ୍ରତ୍ୟେକ ବିଧାୟକ ଓ ବିଧାୟିକାଙ୍କୁ ବିଧାନସଭା ସଚିବାଳୟ ପକ୍ଷରୁ ଏହି ନମ୍ବରଗୁଡ଼ିକ ବିଷୟରେ ଜଣାଇଦେବାକୁ ଉପବାଚସ୍ପତି ଶ୍ରୀ ସିଂହ କହିଛନ୍ତି।