ବଦଳିଲା ଆଦେଶ: ପରୀକ୍ଷା ଦେବେ ଭିନ୍ନକ୍ଷମ ଛାତ୍ରଛାତ୍ରୀ

  • ଭୁବନେଶ୍ୱର: ପୁଣି ଆଦେଶ ବଦଳିଛି। ଭିନ୍ନକ୍ଷମ ଛାତ୍ରଛାତ୍ର ଅଫଲାଇନରେ ପରୀକ୍ଷା ଦେବାକୁ ଓଏଚଆରସିଙ୍କ ଆଦେଶ। ଓଏଚଆରସି ଗତ ୨୬ ତାରିଖରେ ଦେଇଥିବା ଆଦେଶରେ ପରିବର୍ତ୍ତନ କରିଛନ୍ତି। ପୂର୍ବ ଆଦେଶରେ ଅଫଲାଇନରେ ପରୀକ୍ଷା ନକରିବାକୁ ନିର୍ଦ୍ଦେଶ ଦେଇଥିଲେ। ବୋର୍ଡର ପୁନଃ ଆବେଦନକ୍ରମେ ଆଦେଶରେ ପରିବର୍ତ୍ତନ କରିଛନ୍ତି ଓଏଚଆରସି। ଆଦେଶ ଅନୁଯାୟୀ, ପରୀକ୍ଷା ପାଇଁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯିବ। ସୁନ୍ଦରଗଡ଼ର ସବଡେଗା ଓ କୁର୍ଟୀ ପରୀକ୍ଷାକେନ୍ଦ୍ରକୁ ପରିବର୍ତ୍ତନ କରାଯାଇ ସୁନ୍ଦରଗଡ଼ର ବି.ଏସକୁ ହାଇସ୍କୁଲକୁ ଚିହ୍ନଟ କରାଯାଇଛି।