ପାର୍କିଂକୁ ନେଇ ଯୁବକଙ୍କ ଉପରକୁ ଗୁଳିମାଡ଼

ଭୁବନେଶ୍ୱର,ଏନ୍ଏନ୍ଏସ୍: ପାର୍କିଂକୁ ନେଇ ଜଣେ ଅବସରପ୍ରାପ୍ତ ପ୍ରଫେସର ଜଣେ ଯୁବକଙ୍କ ଉପରକୁ ଗୁଳି ଚଳାଇଛନ୍ତି। ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ବାଲେଶ୍ୱର ସହରର ଗଡ଼ଗଡ଼ିଆ ଛକ ନିକଟ ଏକ ଆପାର୍ଟମେଣ୍ଟରେ ଦେଖିବାକୁ ମିଳିଛି। ଆପାର୍ଟମେଣ୍ଟରେ ଗାଡ଼ି ପାର୍କିଂକୁ ନେଇ ଅବସରପ୍ରାପ୍ତ ପ୍ରଫେସର ଲକ୍ଷ୍ମଣ ବେହେରା ଓ ଆନନ୍ଦ ସିଂଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ପରେ ଏହି ବଚସା ଉଗ୍ରରୂପ ନେଇଥିଲା।

ଆନନ୍ଦଙ୍କ ଉପରକୁ ପ୍ରଫେସର ଜଣଙ୍କ ଗୁଳି ଚଳାଇଥିଲେ। ଗୁରୁତର ଅବସ୍ଥାରେ ଆନନ୍ଦଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ପେଟରେ ଗୁଳି ଲାଗିଛି। ଏଥିସହ ପୁଲିସ ଅବସରପ୍ରାପ୍ତ ପ୍ରଫେସରଙ୍କୁ ଅଟକ ରଖି ପଚରାଉଚରା କରୁଛି।