ଆସିଲା ମାର୍ଚ୍ଚ ଗାଇଡଲାଇନ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ମାର୍ଚ୍ଚ ମାସ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି । ଏହି କ୍ରମରେ କୋଭିଡ କଟକଣା ମଧ୍ୟରେ ମହାଶିବରାତ୍ରି ପାଳନ ହେବ । ସର୍ବସାଧାରଣ ସ୍ଥାନରେ ହୋଲି ଉତ୍ସବ ପାଳନ ହୋଇପାରିବନି । ଘରେ ସମ୍ପର୍କୀୟଙ୍କ ସହ ହୋଲି ପାଳନ କରିପାରିବେ । ସାମାଜିକ, ଧାର୍ମିକ ଓ ରାଜନୈତିକ ସମାବେଶକୁ ଅନୁମତି ମିଳିବ । ମେଳା, ପ୍ରଦର୍ଶନୀ ଓ ବାଣିଜ୍ୟିକ ମେଳାକୁ ମଧ୍ୟ ଅନୁମତି ଦିଆଯିବ । ବିବାହ ଓ ବ୍ରତରେ ସର୍ବାଧିକ ୫୦୦ ଲୋକ ଏକାଠି ହୋପାରିବେ । ଅନ୍ତ୍ୟେଷ୍ଟି କ୍ରିୟାରେ ୨୫୦ ଜଣ ସାମିଲ ହୋଇପାରିବେ ।