ପରିବା ବିକାଳୀ ନାମରେ ୧୦୦ କୋଟି ଜିଏସଟି ଠକେଇ ନୋଟିସ !

ରାଉରକେଲା,ଏନ୍ଏନ୍ଏସ୍: ପ୍ରଥମେ ରିକ୍ସା ଚାଳକ, ଦିନମଜୁରିଆ , ଡ୍ରାଇଭରଙ୍କ ନାମରେ କୋଟି କୋଟି ଟଙ୍କା ଜିଏସଟି ଠକେଇ ଅଭିଯୋଗ ପରେ ଆଜି ରାଉରକେଲାରେ ଜଣେ ପରିବା ବିକାଳୀଙ୍କ ନାମରେ ୧୦୦ କୋଟି ଟଙ୍କାର ଜିଏସଟି ଠକେଇ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ ଉକ୍ତ ପରିବା ବିକାଳୀଙ୍କୁ ନୋଟସ ଜାରି କରିଛି ସିଜିଏସଟି। ଝିରପାଣି ଥାନା କୋଏଲନଗର ଅଞ୍ଚଳରେ ପରିବା ବିକି ପରିବାର ପ୍ରତିପୋଷଣ କରୁଥିବା କାର୍ତ୍ତିକ କାମିଲା(୩୮)ଙ୍କୁ ଆସିଛି ଏହି ନୋଟିସ। ଏଥିରେ ତାଙ୍କ ନାମରେ ଲିଙ୍ଗରାଜ ଟ୍ରେଡ଼ର୍ସ ନାମରେ ଏକ ଜାଲ କମ୍ପାନୀ କରି ୧୦୦ କୋଟି ଜିଏସଟି ହେରଫେର କରାଯାଇଥିବା ଉଲ୍ଲେଖ ହୋଇଛି। ଏନେଇ କାର୍ତ୍ତିକଙ୍କୁ ଅଯଥା ଜିଏସଟି କାର୍ଯ୍ୟାଳୟକୁ ଡକାଯାଇ ପଚରାଚୁର କରାଯାଉଛି। ଅପରପକ୍ଷରେ କାର୍ତ୍ତିକ ଏ ସମ୍ପର୍କରେ କିଛି ଜାଣି ନ ଥିବା କହିଛନ୍ତି। ତାଙ୍କ ନାମ ବ୍ୟତୀତ ତାଙ୍କ ସମ୍ପର୍କରେ ସମସ୍ତ ତଥ୍ୟ ଭୁଲ୍ ରହିଛି। ଏତେ ଟଙ୍କା ବିଷୟରେ ସେ କିଛି ମଧ୍ୟ ଜାଣି ନ ଥିବା କହିଛନ୍ତି।