ଭୁବନେଶ୍ୱର,ଏନ୍ଏନ୍ଏସ୍: କରୋନା କଟକଣା ମଧ୍ୟରେ ରାଜ୍ୟରେ ଖୋଲିବାକୁ ଯାଉଛି ହୋଟେଲ ଓ ବାର। ଏନେଇ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ବିଭିନ୍ନ ହୋଟେଲ ଓ ରେଷ୍ଟୁରାଣ୍ଟ ଆସୋସିଏସନକୁ ଚିଠି ଲେଖି ଅବଗତ କରିଛି। କୋଭିଡ ଗାଇଡଲାଇନ ମାନି ହୋଟେଲ ଓ ରେଷ୍ଟୁରାଣ୍ଟ ଖୋଲିପାରିବ। ନିର୍ଦ୍ଦିଷ୍ଟ ଏସଓପି ପାଳନ କରି ହୋଟେଲ ଓ ବାର ଖୋଲିବ। କଣ୍ଟେନମେଣ୍ଟ ଜୋନରେ ଥିବା ହୋଟେଲ କିମ୍ବା ବାର ଖୋଲିବ କି ନାହିଁ ସେସମ୍ପର୍କରେ ସ୍ଥାନୀୟ ଅଧିକାରୀ ନିଷ୍ପତ୍ତି ନେବେ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି।
ସୂଚନାଯୋଗ୍ୟ, କରୋନା ବ୍ୟାପିବା ପରଠୁ ରାଜ୍ୟର ସମସ୍ତ ରେଷ୍ଟୁରାଣ୍ଟ ଓ ବାର ବନ୍ଦ କରାଯାଇଥିଲା। କିନ୍ତୁ କେବଳ ଖାଦ୍ୟ ପଦାର୍ଥ ପାର୍ସଲ ନେବା ପାଇଁ ଅନୁମତି ଥିଲା। ରାଜ୍ୟ ସରକାରଙ୍କ ଅନୁମତି ପରେ ଏଣିକି ଗ୍ରାହକ ବସିକି ଖିଆପିଆ କରିପାରିବେ।