ସୋମବାରଠୁ ଚାଲିବ ସରକାରୀ ବସ୍

ଭୁବନେଶ୍ୱର : ସୋମବାର ଠାରୁ ସାଧାରଣ ଯାତ୍ରୀଙ୍କ ପାଇଁ ବସ୍ ଚଳାଇବ ଓଏସଆରଟିସି । ପ୍ରଥମ ପର୍ଯ୍ୟାୟରେ ୬୬ଟି ରୁଟ୍ରେ ୯୬ଟି ବସ୍ ଚଳାଚଳ କରିବ ବୋଲି ନିଷ୍ପତି ନିଆଯାଇଛି। ଏ ନେଇ ଓଡ଼ିଶା ରାଜ୍ୟ ପରିବହନ ନିଗମ ସିଡିଏମ ଅରୁଣ ବୋଥ୍ରାଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ୯୬ଟି ବସ୍ ୨୨ଟି ସହରକୁ ରାଜଧାନୀ ସହ ଯୋଡ଼ିବ ବୋଲି ଅରୁଣ ବୋଥ୍ରା କହିଛନ୍ତି। ପର୍ଯ୍ୟାୟକ୍ରମେ ଅଧିକ ରୁଟରେ ବସ ଚଳାଚଳ କରିବ ବୋଲି ଜଣାପଡ଼ିଛି। ବିନା ମାସ୍କରେ କୌଣସି ଯାତ୍ରୀ ଯାଇପାରିବେନି। ଠିଆ ହୋଇ ମଧ୍ୟ ଯିବା ମନା। ଯେତିକି ସିଟ୍ ସେତିକି ଯାତ୍ରୀ ଯାତ୍ରା କରିପାରିବେ।