ସଂଗରୋଧ ଗୃହକୁ ଯିବେ ଜରଡ଼ା ଥାନାର ସମସ୍ତ କର୍ମଚାରୀ

ଭୁବନେଶ୍ୱର : କ୍ୱାରେଣ୍ଟାଇନ୍ ଯିବେ ଗଞ୍ଜାମ ଜିଲ୍ଲା ଜରଡ଼ା ଥାନାର ସମସ୍ତ କର୍ମଚାରୀ। ଏ ନେଇ ସୂଚନା ଦେଇଛନ୍ତି ଗଞ୍ଜାମ ଏସପି। ଜଣେ ଅଭିଯୁକ୍ତକୁ ଗିରଫ କରିଥିଲେ। ପରେ ଅଭିଯୁକ୍ତର ସ୍ୱାବ୍ ଟେଷ୍ଟ ପାଇଁ ଯାଇଥିଲା। ଆଜି ତା’ର କରୋନା ପଜିଟିଭ୍ ଆସିଛି। ସେଥିପାଇଁ ଥାନାର ସମସ୍ତ କର୍ମଚାରୀଙ୍କୁ କ୍ୱାରେଣ୍ଟାଇନ ପଠାଯିବ ବୋଲି ଜଣାପଡ଼ିଛି।