ନୂଆ ଆକ୍ରାନ୍ତ ଚିହ୍ନଟ ପରେ ରେଡ୍ ଜୋନରେ ଗଞ୍ଜାମ, ଅରେଞ୍ଜ ଜୋନରେ ସାମିଲ ହେଲା ଜଗତସିଂହପୁର ଓ ମୟୂରଭଞ୍ଜ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଜି ଆଉ ୨୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେଥିରେ ୧୭ଜଣ ଗଞ୍ଜାମ ଜିଲ୍ଲାର ବୋଲି ଜଣାପଡ଼ିଥିଲା। ଏ ନେଇ ବର୍ତ୍ତମାନା ଗଞ୍ଜାମ ଜିଲ୍ଲାକୁ ରେଡ୍ ଜୋନ ଘୋଷଣା କରାଯାଇଛି। ଏ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ଅରେଞ୍ଜରେ ସାମିଲ ହେଲା ଜଗତସିଂହପୁର ଓ ମୟୁରଭଞ୍ଜ।

ଗଞ୍ଜାମରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ୁଥିବାରୁ ଜିଲ୍ଲାକୁ ରେଡ୍‌ ଜୋନ୍‌ ଭାବେ ଘୋଷଣା କରାଯାଇଛି। ପୂର୍ବରୁ ଗଞ୍ଜାମରେ ୪ ଟି ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୧୭ ଜଣ ଆକ୍ରାନ୍ତ ଚିହ୍ନଟ କରାଯାଇଛି । ଗଞ୍ଜାମ ଜିଲ୍ଲାରେ ବର୍ତ୍ତମାନ ୨୧ ରେ ପହଞ୍ଚିଛି ଆକ୍ରାନ୍ତଙ୍କ ସଂଖ୍ୟା । ତେଣୁ ଆଜି ଗଞ୍ଜାମ ଜିଲ୍ଲାକୁ ରେଡ୍ ଜୋନରେ ରଖା ଯାଇଛି ।

ସେହିପରି ମୟୂରଭଞ୍ଜ ଓ ଜଗତସିଂହପୁର ଗ୍ରୀନ ଜୋନରେ ଥିବା ବେଳେ ଗତକାଲି ଓ ଆଜି ଏହି ୨ଜିଲ୍ଲାରେ ଆକ୍ରାନ୍ତ ଚିହ୍ନଟ କରାଯାଇଛି । ଗତକାଲି ଜଗତସିଂହପୁର ରେ ୪ ଓ ଆଜି ମୟୂରଭଞ୍ଜ ଜିଲ୍ଲାରେ ୩ ଆକ୍ରାନ୍ତ ଚିହ୍ନଟ ପରେ ଏହି ୨ ଜିଲ୍ଲାକୁ ଅରେଞ୍ଜ ଜୋନ୍ ଭାବେ ଘୋଷଣା କରାଯାଇଛି।