ଭୁବନେଶ୍ୱର,ଏନ୍ଏନ୍ଏସ୍: ଆସନ୍ତାକାଲିଠୁ ରାଜ୍ୟରେ ଟ୍ୟାକ୍ସି ଓ ସିଟି ବସ ଚଳାଚଳ କରିପାରିବ ବୋଲି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ସୂଚନା ଦେଇଛନ୍ତି। କିନ୍ତୁ ଏଥିପାଇଁ ମଧ୍ୟ କିଛି ସର୍ତ୍ତାବଳୀ ଜାରି କରାଯାଇଛି। ଟ୍ୟାକ୍ସିରେ ଡ୍ରାଇଭରଙ୍କ ବ୍ୟତୀତ ପଛ ସିଟରେ କେବଳ ୨ଜଣ ହିଁ ବସିପାରିବେ। ଅନ୍ୟପଟେ ସିଟିବସରେ ଯେତିକି ସିଟ୍ ଥିବ କେବଳ ସେତିକ ସଂଖ୍ୟକ ଯାତ୍ରୀ ହିଁ ଯାତ୍ରା କରିପାରିବେ। ଠିଆ ହୋଇ କୌଣସି ଯାତ୍ରୀ ଯାଇପାରିବେ ନାହିଁ। ଏଥି ସହିତ କୋଭିଡ-୧୯ର କୌଣସି ଲକ୍ଷଣ ଥିଲେ ମଧ୍ୟ କେହି ଯାତ୍ରା କରିପାରିବେ ନାହିଁ। ଆଉ ସମସ୍ତଙ୍କ ପାଇଁ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି। ଏଥି ସହିତ ନିଜକୁ ସୁରକ୍ଷିତ ରଖିବା ପାଇଁ ପାଖରେ ସାନିଟାଇଜର ରଖିବା ପାଇଁ ମଧ୍ୟ ଏସଆରସି କହିଛନ୍ତି।