ଓସିଏର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରା ସିବିଆଇ ଦ୍ବାରା ଗିରଫ

କଟକ,ଏନ୍ଏନ୍ଏସ୍: କଟକ ପୂର୍ବତନ ଓସିଏ ସମ୍ପାଦକ ତଥା ବିଜେଡିର ନେତା ଆଶୀର୍ବାଦ ବେହେରାଙ୍କୁ ସିବିଆଇ ଗିରଫ କରିଛି । ତାଙ୍କ ସହ ହୋଟେଲ ମାଲିକ କମଳାକାନ୍ତ ଦାସଙ୍କୁ ଗିରଫ କରାଯାଇଛିା ଗୁରୁବାର ସକାଳେ ଆଶୀର୍ବାଦଙ୍କ ୧୫ରୁ ଅଧିକ ଜଣ ସିବିଆଇ ଟିମ୍ ତାଙ୍କ ଘରେ ରେଡ୍ କରିଥିଲା । ଅର୍ଥତତ୍ତ୍ୱ ଚିତଫଣ୍ଡ୍ ମାମଲାରେ ବହୁ ସମୟର ପଚରାଉଚୁରା କରିବା ପରେ ତାଙ୍କୁ ସିବିଆଇ ଗିରଫ କରିଥିଲ।। ଏହା ପୂର୍ବରୁ ସିବିଆଇ ତାଙ୍କ ନାମରେ ଚାର୍ଜସିଟ୍ ଦାଖଲ କରିଥିଲ।। ତେବେ ଆକ୍ରୋଶମୂଳକ ଭାବେ ସିବିଆଇ କରିଛି ବୋଲି ଆଶୀର୍ବାଦଙ୍କ ସମର୍ଥକମାନେ ଅଭିଯୋଗ କରିଛନ୍ତି ।

ପ୍ରକାଶଥାଉକି ଆଗକୁ ଓସିଏ ନିର୍ବାଚନ ଥିବା ବେଳେ ଆଶୀର୍ବାଦଙ୍କ ଭୂମିକା ଗୁରୁତ୍ୱପର୍ଣ୍ଣ ଥିଲ।। ତାଙ୍କର ପୁଅ ସଂଜୟ ବେହେରା ଓସିଏର ସମ୍ପାଦକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବାର ଚୂଡାନ୍ତ ହୋଇଥିବା ବେଳେ ଆଶୀର୍ବାଦଙ୍କ ସମର୍ଥକଙ୍କ ପାଇଁ ଏହା ଏକ ବଡ ଝଟକା ବୋଲି କୁହାଯାଉଛିା

ଶୁକ୍ରବାର ଓସିଏର ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ହେବ । ଆଶୀର୍ବାଦଙ୍କ ପୁଅ ସଂଜୟ ନିର୍ବାଚନ ଲଢ଼ିବେ ବୋଲି ସ୍ପଷ୍ଟ କରିବା ସହ ବାପାଙ୍କ ଗିରଫଦାରୀ ପଛରେ ଯେଉଁ ଷଡଡନ୍ତ୍ର କରାଯାଇଛି ସେଥିନେଇ ବିଚଳିତ ନୁହଁନ୍ତି ବୋଲି ସେ କହିଥିଲେ । ବିନା ନୋଟିସରେ ସିବିଆଇ ତାଙ୍କ ବାପାହ୍କୁ ଉଠାଇ ନେବା ନିଶ୍ଚିତ ଭାବେ ବିରୋଧୀ ଗୋଷ୍ଠୀଙ୍କ ଚକ୍ରାନ୍ତ ବୋଲି ସେ ପରୋକ୍ଷରେ ଅଭିଯୋଗ ଆଣିବା ସହ ଓସିଏର ଆଗାମୀ ନିର୍ବାଚନରେ ଆଶୀର୍ବାଦଙ୍କ ଗୋଷ୍ଠୀ ବିପୁଳ ସଂଖ୍ୟାରେ ଜିତିବେ ବୋଲି ସ୍ପଷ୍ଟ କରିଛନ୍ତି ।

ପ୍ରକାଶଥାଉକି ଏଥି ପୂର୍ବରୁ ଅର୍ଥତତ୍ତ୍ୱ ଚିଟଫଣ୍ଡ ଲିଙ୍କ୍ ରେ ସିବିଆଇ ପୂର୍ବରୁ ଆଶୀର୍ବାଦ ଏବଂ ତାଙ୍କ ଜ୍ୱାଇଁଙ୍କୁ ବହୁବାର ଜେରା କରିଥିଲ।