ଓଡ଼ିଶାର ପୂର୍ବତନ ମୁଖ୍ୟ ସଚିବଙ୍କ ପରଲୋକ

ଭୁବନେଶ୍ୱର,୨୬ା୮/ଏନ୍ଏନ୍ଏସ୍: ଓଡ଼ିଶାର ପୂର୍ବତନ ମୁଖ୍ୟ ସଚୀବ ଲଲାଟ ଇନ୍ଦୁ ପରିଜା(୮୯)ଙ୍କ ସୋମବାର ସକାଳେ ପରଲୋକ ହୋଇଯାଇଛି । କଟକସ୍ଥିତ ଏକ ଘରୋଇ ଚିକିତ୍ସାଳୟରେ ହୃଦଘାତରେ ଆକ୍ରାନ୍ତ ହୋଇ ତାଙ୍କର ବିୟୋଗ ଘଟିଛି ।

ସେ ଦୁଇଥର ମୁଖ୍ୟ ସଚିବାଳୟ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ତାଙ୍କ ବାପା ମଧ୍ୟ ଜଣେ ବିଶ୍ୱ ପ୍ରସିଦ୍ଧ ଉଦ୍ଭିଦ ବିଜ୍ଞାନୀ ଡ. ପ୍ରାଣକୃଷ୍ଣ ପରଜା । ସ୍ୱର୍ଗତ ପରିଜା ଜଣେ ପ୍ରଶାସକ, ସନ୍ଧିଯୁକ୍ତ ବାଚସ୍ପତି ସହ ସେ ଜଣେ ଭଲ କ୍ରିକେଟ ଖେଳାଳୀ ଥିଲେ । ସେ ଓଡ଼ିଶା କ୍ରିକେଟ ରଞ୍ଜି ଟିମର ଅଧିନାୟକ ଥିଲେ । ସେ ନିକଟ ମାର୍ଚ୍ଚ ୨୦୧୯ରେ ‘ଫେଟ୍ ଟେକସ ଏ ହ୍ୟାଣ୍ଡ’ ନାମକ ପୁସ୍ତକର ଉନ୍ମୋଚନ କରିଥିଲେ ଯାହାକି ଓଡ଼ିଶାରେ ସରକାରୀ ଚାକିରିର ୪୦ ବର୍ଷ କିପରି ହୋଇଥାଏ ତାହା କେତେପ୍ରକାରର ତାହା ବର୍ଣ୍ଣନା କରିଥିଲେ ।