ବାତ୍ୟା ଅମ୍ଫନ କ୍ଷୟକ୍ଷତିର ଆକଳନ ପାଇଁ ଓଡ଼ିଶାରେ କେନ୍ଦ୍ରୀୟ ଟିମ୍

ଭୁବନେଶ୍ଵର,ଏନ୍ଏନ୍ଏସ୍: ବାତ୍ୟା ଅମ୍ଫନ କ୍ଷୟକ୍ଷତିର ଆକଳନ ପାଇଁ ଓଡ଼ିଶାରେ କେନ୍ଦ୍ରୀୟ ଟିମ୍‌। ୩ ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି ୫ ଜଣିଆ ଇଣ୍ଟର ମିନିଷ୍ଟିରିଆଲ ସେଣ୍ଟ୍ରାଲ ଟିମ୍। ଗତକାଲି ସ୍ୱତନ୍ତ୍ର ବିମାନ ଯୋଗେ କେନ୍ଦ୍ର ସ୍ୱରାଷ୍ଟ୍ର ବିଭାଗ ଯୁଗ୍ମ ସଚିବ ଶ୍ରୀପ୍ରକାଶଙ୍କ ନେତୃତ୍ୱରେ ଟିମ ପହଞ୍ଚିଛନ୍ତି। ପୂର୍ବରୁ ରାସ୍ତା ଓ ଗମନାଗମନ ଏବଂ ଜଳସେଚନ ବିଭାଗର ୨ଜଣ ଅଧିକାରୀ ଓଡ଼ିଶାରେ ରହିଥିଲେ।

ଏହି ପରିପ୍ରେକ୍ଷୀରେ କେନ୍ଦ୍ରୀୟ ଟିମ୍ ୨ଟି ଟିମରେ ଭାଗ ହୋଇ ଆଜି ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିଥିବା ଜଣାପଡ଼ିଛି। ଅମ୍ଫନ ଯୋଗୁ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଗସ୍ତରେ ଆସି ଆକାଶମାର୍ଗରୁ ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଥିଲେ। ଏହା ପରେ ୫୦୦ କୋଟି ଟଙ୍କାର ପ୍ୟାକେଜ୍‌ ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ।