ଭୁବନେଶ୍ୱର ୟୁନିଟ୍-୧ ମାର୍କେଟରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୯ଟି ଦୋକାନ ଘର

ଭୁବନେଶ୍ୱର,ଏନ୍ଏନ୍ଏସ୍: ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱର ୟୁନିଟ୍-୧ ହାଟରେ ଲାଗିଛି ନିଆଁ। ଗୋଟିଏ ମୋବାଇଲ୍ ମରାମତି ଦୋକାନରେ ବିଦ୍ୟୁତ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିଲା। ନିଆଁର ପରିମାଣ ଏତେ ଅଧିକ ଥିଲା ତାହା ଖୁବ୍ କମ୍ ସମୟରେ ଚାରିଆଡ଼େ ବ୍ୟାପିଯାଇ ଅନ୍ୟ ଦୋକାନରେ ଲାଗିଯାଇଥିଲା।

ଫଳରେ ଏଥିରେ ୩ଟି ଦୋକାନ ଘର ସମ୍ପୂର୍ଣ୍ଣ ଛାରଖାର ହୋଇଯାଇଛି। ଆଉ ୬ଟି ଦୋକାନ ଆଂଶିକ ପ୍ରଭାବିତ ହୋଇଛି। ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଛି। ସୂଚନା ଅନୁସାରେ ଏହି ଖବରପାଇ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ଅଗ୍ନିଶମ ବାହିନୀର ୩ଟି ଟିମ୍। ପ୍ରାୟ ଘଣ୍ଟାଏ ପର୍ଯ୍ୟନ୍ତ ନିଆଁ ଲିଭା କାମ ଜାରି ରହିଥିଲା।