ଭୁବନେଶ୍ବର,ଏନ୍ଏନ୍ଏସ୍: ରାଜ୍ୟରେ କୋରୋନା ସ୍ଥିତି ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ରଙ୍କ ପ୍ରତିକ୍ରିୟା। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ରିସ୍କ ଦେଶରୁ ଆସିଥିବା ୭ ଜଣ ପଜିଟିଭ ଚିହ୍ନଟ। ଏମାନଙ୍କ ମଧ୍ୟରୁ ୪ ଜଣଙ୍କ ଜିନମ ସିକ୍ୟୁଏନ୍ସିଂ ରିପୋର୍ଟରେ ଓମିକ୍ରନ ନେଗେଟିଭ୍ ଆସିଛି। ଅନ୍ୟ ୩ ଜଣଙ୍କର ନମୁନା ଜିନମ୍ ସିକ୍ୟୁଏନ୍ସିଂ ପାଇଁ ପଠାଯାଇଛି।
ସେ କହିଛନ୍ତି ଯେ, ପଜିଟିଭିଟି ହାର ଦେଖି କେନ୍ଦ୍ର ନିୟମ ଅନୁସାରେ ପ୍ରତିବନ୍ଧକ ଲଗାଯିବ। ବର୍ତ୍ତମାନ ସୁଦ୍ଧା ଓମିକ୍ରନ ଚାରିଆଡେ ବ୍ୟାପିବା ଚିନ୍ତାଜନକ। ଆମ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୭ ଜଣ ବିଦେଶ ଫେରନ୍ତା କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବିଭିନ୍ନ ମଡେଲ ଦେଖାଉଥିବା ଭବିଷ୍ୟବାଣୀ ଗୋଟେ ଷ୍ଟାଟିଷ୍ଟିକାଲ ଜିନିଷ ଉପରେ ଆଧାରିତ। ଆଇଆଇଟି ମଡେଲ ଅନୁସାରେ ଯଦି ରୋଗ ପ୍ରତିରୋଧକ ଶକ୍ତି ପର୍ଯ୍ୟାପ୍ତ ପରିମାଣର ନଥାଏ ତେବେ ଦିନକୁ ଦେଢ଼ ଲକ୍ଷ ପର୍ଯ୍ୟନ୍ତ ସଂକ୍ରମିତ ଚିହ୍ନଟ ହୋଇପାରନ୍ତି।