୨୦୨୨-୨୩ ଆର୍ଥିକ ବର୍ଷରେ ବିଦ୍ୟୁତ୍ ଦର ବୃଦ୍ଧି ନକରିବାକୁ ଓଡିଶା ଶକ୍ତି ବିଭାଗର ଓଇଆରସିକୁ ଅନୁରୋଧ

ଆଜି ଓଇଆରସି ପକ୍ଷରୁ ଗ୍ରିଡକୋର ବାର୍ଷିକ ରାଜସ୍ବ ଆବଶ୍ୟକତା (ଏଆରଆର) ସଂପର୍କରେ ଶୁଣାଣି ବେଳେ ଶକ୍ତି ବିଭାଗ ଏହି ଅନୁରୋଧ କରିଛି। ଶକ୍ତି ବିଭାଗ କହିଛି ଯେ ବଳକା ରାଜସ୍ୱକୁ ଦୃଷ୍ଟିରେ ରଖି ବିଦ୍ୟୁତ୍ ବୃଦ୍ଧି ନକରାଯାଉ, ଯାହା ଫଳରେ ଗ୍ରାହକ ମାନେ ଏହାର ସୁବିଧା ପାଇ ପାରିବେ।

ବଳକା ରାଜସ୍ୱକୁ ବିଚାରକୁ ନେଇ ନୂଆ ଆର୍ଥିକ ବର୍ଷରେ ବିଜୁଳି ଦର ନ ବଢାଇବାକୁ ବିଭାଗ ତରଫରୁ ଓଇଆରସିକୁ ଅନୁରୋଧ କରାଯାଇଥିବା ଶକ୍ତି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହା ସହିତ ଅନ୍ତଃରାଜ୍ୟ ବିଦ୍ୟୁତ ପରିବହନ ଓ ହ୍ବିଲିଂ ଚାର୍ଜ ଉପରେ ଦିଆଯାଉଥିବା ୮୦ ପ୍ରତିଶତ ରିହାତିକୁ ବନ୍ଦ କରିବାକୁ ଶକ୍ତି ବିଭାଗ ଆୟୋଗଙ୍କ ନିକଟରେ ଦାବି କରିଛି।

ସମ୍ପ୍ରତି, ଗ୍ରିଡକୋ ଚେୟାରମ୍ୟାନ୍ ନିକୁଞ୍ଜ ଧଳ ରାଷ୍ଟ୍ରାୟତ୍ତ ନିଗମର ସମସ୍ତ କର୍ମଚାରୀଙ୍କୁ ଏହାକୁ ଆର୍ଥିକ ଦୃଷ୍ଟିରୁ ସୁଦୃଢ଼ କରିବା ତଥା ସୁଲଭ ମୂଲ୍ୟରେ ଓଡିଶା ପାଇଁ ଶକ୍ତି ନିରାପତ୍ତା ସୁନିଶ୍ଚିତ କରିବା ପାଇଁ ଅଭିନବ ସମାଧାନର ଅନୁସନ୍ଧାନ କରିବାକୁ ନିବେଦନ କରିଛନ୍ତି।