ରାଜ୍ୟରେ ବଢ଼ିଲା ବିଦ୍ୟୁତ ଶୁଳ୍କ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ବିଦ୍ୟୁତ ଦର ୟୁନିଟ ପିଛା ୩୦ ପଇସା ବୃଦ୍ଧି ପାଇଛି। ଏନେଇ ଓଇଆରସି ମଞ୍ଜୁରୀ ପ୍ରଦାନ କରିଛନ୍ତି। ହାରାହାରି ଖୁଚୁରା ଦର ୫.୬୦ ପ୍ରତିଶତ ବୃଦ୍ଧି ପାଇଥିବା ଜଣାପଡ଼ିଛି। ଫଳରେ ଏଣିକି ପ୍ରଥମ ୫୦ ୟୁନିଟକୁ ୩ଟଙ୍କା ପଡ଼ିବ। ୫୧ରୁ ୨୦୦ ୟୁନିଟକୁ ୪.୮୦, ୨୦୧ରୁ ୪୦୦ ୟୁନିଟକୁ ୫.୮୦ ଓ ୪୦୦ ୟୁନିଟରୁ ଅଧିକ ହେଲେ ୬ଟଙ୍କା ୨୦ ପଇସା ଦେବାକୁ ପଡ଼ିବ। ବର୍ଦ୍ଧିତ ଶୁଳ୍କ ଏପ୍ରିଲ ୪ରୁ ଲାଗୁ ହେବ। ବିପିଏଲ ଏବଂ ଜଳସେଚନ ଉପଭୋକ୍ତାଙ୍କ ଦର ଅପରିବର୍ତ୍ତିତ ରହିବ। ଏଥିସହିତ ମିଟର ରେଣ୍ଟ, ମାସିକ ସର୍ବନିମ୍ନ ଚାର୍ଜ ମଧ୍ୟ ଅପରିବର୍ତ୍ତିତ ରହିବ। ଘରୋଇ ଓ ସିଙ୍ଗଲ ଫେଜ୍ ଉପଭୋକ୍ତାଙ୍କୁ ୨ ପ୍ରତିଶତ ରିହାତି ମିଳିବ। ଏମାନଙ୍କୁ ଡିଜିଟାଲ ପେମେଣ୍ଟରେ ମଧ୍ୟ ରିହାତି ମିଳିବ। ସମସ୍ତ ପ୍ରିପେଡ ଉପଭୋକ୍ତାଙ୍କୁ ବି ୨ ପ୍ରତିଶତ ରିହାତି ମିଳିବ ବୋଲି ସୂଚନା ମିଳିଛି।