ବିଜେପୁରରେ ନିର୍ବାଚନ ତାତି, ବିଜେପି ପକ୍ଷରୁ ମଇଦାନକୁ ଓହ୍ଲାଇଲେ ବୈଜୟନ୍ତ

ବରଗଡ଼,ଏନ୍ଏନ୍ଏସ୍: ବିଜେପୁର ନିର୍ବାଚନକୁ ଆଉ ମାତ୍ର ୭ଦିନ ଥିବାବେଳେ ଏ ନେଇ ୩ଦଳ ପକ୍ଷରୁ ପ୍ରଚାର ଜୋରଦାର କରାଯାଉଛି। ଏହି ପ୍ରଚାର କାର୍ଯ୍ୟରେ ୩ଦଳ ନିଜ ନିଜର ଷ୍ଟାର ପ୍ରଚାରକଙ୍କ ସହ ମଇଦାନକୁ ଓହ୍ଲାଇଛନ୍ତି। ବିଜେପି ପକ୍ଷରୁ ଶନିବାର ଷ୍ଟାର ପ୍ରଚାରକ ଭାବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଇଦାନକୁ ଓହ୍ଲାଇ ସନତ ଗଡ଼ତିଆଙ୍କ ପାଇଁ ପ୍ରଚାର କରିଥିବା ବେଳେ ରବିବାର ବିଜେପିର ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତୀ ପଣ୍ଡା ମଇଦାନକୁ ଓହ୍ଲାଇଛନ୍ତି। ଏହି ପରିପ୍ରେକ୍ଷୀରେ ବୈଜୟନ୍ତ ବରପାଲିର ମାନପୁର ଓ ସମଲେଇପଦାରେ ପ୍ରଚାର କରିଛନ୍ତି। ସେହିପରି ଅନ୍ୟ ଦୁଇ ପଞ୍ଚାୟତରେ ପ୍ରଚାର କରି ସନ୍ଧ୍ୟାରେ ଏକ ବୈଠକ ପରେ ସେ ବରଗଡ଼ ଗସ୍ତ କରିବେ ବୋଲି ଜଣାଯାଇଛି।

ଅନ୍ୟପଟେ ବିଜେଡି ପକ୍ଷରୁ ମଧ୍ୟ ପ୍ରଚାର ଜୋରଦାର କରାଯାଇଛି। ମନ୍ତ୍ରୀ ନିରଞ୍ଜନ ପୁଜାରୀ ଓ ବିଜେଡି ନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ଦଳୀୟ ପ୍ରାର୍ଥୀ ରୀତା ସାହୁଙ୍କ ସହିତ ବିଭିନ୍ନ ସ୍ଥାନକୁ ବୁଲି ପ୍ରଚାର କରିଛନ୍ତି।

ସେହିପରି କଂଗ୍ରେସ ପାଇଁ ଦଳୀୟ ନେତା ବିଭିନ୍ନ ଗାଁ ଗାଁ ବୁଲି ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି।