ଭୁବନେଶ୍ୱର,ଏନ୍ଏନ୍ଏସ୍: ଲକ୍ଡାଉନ୍ ୫.୦ କଟକଣାକୁ ନେଇ ଗତକାଲି ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟରୁ ଜାରି କରାଯାଇଥିବା ନିର୍ଦ୍ଦେଶନାମାରେ ଆଜି ଆଂଶିକ ସଂଶୋଧନ କରାଯାଇଛି। ଏହି ସଂଶୋଧିତ ନିୟମ ଅନୁସାରେ କଣ୍ଟେନମେଣ୍ଟ ଜୋନ୍ ବାହାରେ ଥିବା ସ୍କୁଲ, କଲେଜ ଓ କୋଚିଂ ସେଣ୍ଟର ଗୁଡ଼ିକ ଜୁଲାଇ ୩୧ ପର୍ଯ୍ୟନ୍ତ ବନ୍ଦ ରହିଲେ ବି ପରୀକ୍ଷା କରାଯାଇପାରିବ। ଏଥିପାଇଁ ଅନୁମତି ପ୍ରଦାନ କରାଯିବ।