ଏଣିକି ଚୋରିର ଅଭିଯୋଗ ପାଇଁ ଥାନାକୁ ଯିବାକୁ ପଡ଼ିବନି, ଅନଲାଇନରେ ଦେବେ ଏତଲା

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଜି ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ୫ଟି ଅଧୀନରେ ଇ-ଏଫଆଇଆର ସେବା ସଂପ୍ରସାରଣର ଶୁଭାରମ୍ଭ ହୋଇଯାଇଛି। ସର୍ବସାଧାରଣ ସ୍ଥାନରେ ଛିନତାଇ କିମ୍ବା ଚୋରି ହେଲେ ଅନଲାଇନରେ ଏତଲା ଦେଇ ହେବ। ସେହିପରି ମୋବାଇଲ ଓ ଲାପଟପ ଚୋରି ମାମଲା ମଧ୍ୟ ଅନଲାଇନରେ ଦେଇ ହେବ। ଏନେଇ ଇ-ଏଫଆଇଆର ସେବା ସଂପ୍ରସାରଣ ହୋଇଛି। ଏହି ଇ-ଏତଲା ଅପରାଧ ରେକର୍ଡ ବ୍ୟୁରୋରେ ଥିବା ଭର୍ଚ୍ଚୁଆଲ ଥାନାକୁ ଯିବ। ଫଳରେ ଅଭିଯୋଗ ଦାଖଲ ପାଇଁ ଅଭିଯୋଗକାରୀକୁ ଆଉ ଥାନାକୁ ଯିବାକୁ ପଡ଼ିବନାହିଁ। ଯେକୌଣସି ସ୍ଥାନରେ ଥିଲେ ବି ଅନଲାଇନରେ ଅଭିଯୋଗ ପଞ୍ଜିକୃତ କରିପାରିବେ। ଅଭିଯୋଗ ଉପରେ ତଦନ୍ତର ଅଗ୍ରଗତି ନେଇ ଏସଏମଏସ ଦ୍ୱାରା ସୂଚନା ଦିଆଯିବ।