Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଇ-କ୍ଲାସରୁମ୍ ଆରମ୍ଭ, ଛାତ୍ରଛାତ୍ରୀଙ୍କୁ ନୀତିଶିକ୍ଷା ଦେଲେ କେନ୍ଦ୍ରମନ୍ତ୍ରୀ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଇ-କ୍ଲାସରୁମ୍ ଆରମ୍ଭ, ଛାତ୍ରଛାତ୍ରୀଙ୍କୁ ନୀତିଶିକ୍ଷା ଦେଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: ପ୍ରଧାନମନ୍ତ୍ରୀଙ୍କ ଜନ୍ମ ସପ୍ତାହରେ କେନ୍ଦ୍ରୀୟ ବିଦ୍ୟାଳୟ ସମୂହର ଇ-କ୍ଲାସରୁମ୍ ଶନିବାର ଭୁବନେଶ୍ୱର ଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ଲୋକାର୍ପିତ ହୋଇଯାଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଜନ୍ମଦିନର ଭେଟି ପାଇଁ ପ୍ଲାଷ୍ଟିକ୍ ବର୍ଜନ କରିବାକୁ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ କରି କହିଛନ୍ତି ଶ୍ରୀ ପ୍ରଧାନ।

୪ କୋଟି ଟଙ୍କା ବ୍ୟୟରେ କଟକ, ଭୁବନେଶ୍ୱର ୮ଟି କେଭିର ୧୮୪ଟି ଶ୍ରେଣୀଗୃହ ଓ ସାରା ଦେଶରେ ମୋଟ ୮ କୋଟି ଟଙ୍କା ବ୍ୟୟରେ ପ୍ରାୟ ୪୦୦ଟି ଶ୍ରେଣୀଗୃହ ଓଏନ୍ଜିସି ସହାୟତାରେ ଇ-କ୍ଲାସରୁମ ଭାବରେ ଲୋକାର୍ପଣ ହୋଇପାରିଛି। ପ୍ରଧାନମନ୍ତ୍ରୀଙ୍କ ଜନ୍ମ ସପ୍ତାହରେ ଏହାକୁ ଲୋକାର୍ପଣ କରାଯାଇଥିବାରୁ କେନ୍ଦ୍ର ବିଦ୍ୟାଳୟ ସଂଗଠନ ଏବଂ ଓଏନଜିସିଙ୍କୁ ଧନ୍ୟବାଦ ଜଣାଇଛନ୍ତି ଶ୍ରୀ ପ୍ରଧାନ।

ଏହି ଅବସରରେ ପୂର୍ବତନ ରାଷ୍ଟ୍ରପତି ତଥା ବୈଜ୍ଞାନିକ ଏପିଜେ ଅବଦୁଲ କଲାମ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଇସ୍ରୋର ନିର୍ଦ୍ଦେଶକ କେ. ଶିବନ୍ ବିଶ୍ୱରେ ନିଜକୁ ପ୍ରତିଷ୍ଠିତ କରିଥିବାବେଳେ ସେମାନେ ସମସ୍ତଙ୍କ ପାଖରେ ଦାରିଦ୍ର୍ୟ ଓ ଅଭାବ, ଅନଟନ ଭିତରେ ଜୀବନ ସଂଘର୍ଷ କରି ନିଜର ଶ୍ରେଷ୍ଠତ୍ୱକୁ ପ୍ରତିପାଦିତ କରିଥିଲେ ବୋଲି କହିଥିଲେ। କଟକ, ଭୁବନେଶ୍ୱର ଓ ଜଟଣୀର କେଭିର ଛାତ୍ରଛାତ୍ରୀମାନେ ସ୍ମାର୍ଟ କ୍ଲାସରୁମ ଓ ଅନ୍ୟାନ୍ୟ ସୁବିଧା ଆଧାରରେ ନିଜକୁ ଶ୍ରେଷ୍ଠ ପ୍ରମାଣ କରିବାରେ ସଫଳ ହେବେ ବୋଲି ଶ୍ରୀ ପ୍ରଧାନ ଦୃଢୋକ୍ତି ପ୍ରକାଶ କରିଛନ୍ତି।

ପରିଶ୍ରମ କିପରି ସାମାନ୍ୟରୁ ଅସାଧାରଣ କରିଦିଏ, ଏ ନେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଦେଶର ୩ ବ୍ୟକ୍ତିଙ୍କ ଉଦାହରଣ ଦେଇଥିଲେ। ଚା’ ବିକାଳିର ପୁଅ ସାଧାରଣ ସ୍କୁଲରେ ଗୁଜୁରାଟୀ ଭାଷାରେ ପାଠ ପଢି କେବଳ ଦ୍ୱିତୀୟ ଥର ପ୍ରଧାନମନ୍ତ୍ରୀ ହୋଇନାହାନ୍ତି ବିଶ୍ୱର ଜଣେ ପ୍ରଭାବଶାଳୀ ବ୍ୟକ୍ତି ଭାବେ ପ୍ରତିଷ୍ଠିତ ହୋଇପାରିଛନ୍ତି। ସେହିପରି ଜଣେ ମାଛ ବିକାଳିର ପୁଅ ସ୍ୱର୍ଗତ ଏପିଜେ ଅବଦୁଲ କଲାମ ସାଧାରଣ ସ୍କୁଲରେ ପଢି ଦେଶର ବଡ ବୈଜ୍ଞାନିକ ହୋଇପାରିଥିଲେ। ଅନୁରୂପ ଭାବେ ଦେଶର ଏବେ ଚର୍ଚ୍ଚିତ ଚେହେରା ଜଣେ ଚାଷୀର ପୁଅ ଇସ୍ରୋର ଅଧ୍ୟକ୍ଷ କେ . ଶିବନଙ୍କୁ ବିଶ୍ୱ ସ୍ୱୀକୃତି ଦେଉଛି ବୋଲି ସେ କହିଛନ୍ତି।

ଉଲ୍ଲେଖନୀୟ ଯେ, ଏହି ଅବସରରେ ଜାଲିୱାନାବାଗ୍ ହତ୍ୟାକାଣ୍ଡରେ ୧୨ ବର୍ଷର ପିଲା ଉଦ୍ଧାମ ସିଂହଙ୍କ କଥା ବର୍ଣ୍ଣନା କରିଥିଲେ ଶ୍ରୀ ପ୍ରଧାନ। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିବସରେ ପ୍ରଧାନମନ୍ତ୍ରୀଙ୍କ ବାଲ୍ୟ ଜୀବନୀକୁ ନେଇ ଆଧାରିତ ‘ଚଲୋ ଜିତେ ହେଁ’ ଚଳଚ୍ଚିତ୍ର ଦେଖିବାକୁ ପରାମର୍ଶ ଦେଇଥିଲେ।