ଗ୍ରୀନ୍ ଜୋନରେ ଗଡ଼ିଲାନି ବସ୍

ଭୁବନେଶ୍ୱର,ଏନ୍ଏନ୍ଏସ୍ : ଗ୍ରୀନ୍ ଜୋନରେ ଗଡ଼ିଲାନି ବସ୍। ସରକାରୀ କିମ୍ବା ଘରୋଇ ବସ୍ ଚଳାଚଳ କରିନାହିଁ । ବସ୍ ଚଳାଚଳ ପାଇଁ ଅନୁମତି ପରେ ବି ନିଜ ଜିଦରେ ଅଟଳ ଓଡ଼ିଶା ଘରୋଇ ବସ ମାଲିକ ସଂଘ । ୬ ମାସ ଯାଏ ବସ ଟିକସ ଓ ଡିଜେଲରୁ ଭାଟ ସହ ବ୍ୟାଙ୍କ ସୁଧ ଛାଡ ପାଇଁ ଦାବି ହୋଇଛି । ବୀମା ଅବଧି ମଧ୍ୟ ୬ ମାସ ବୃଦ୍ଧି ପାଇଁ ଦାବି । ଏହାସହ ଗ୍ରୀନ ଜୋନରେ ବସ ଚଳାଚଳ ପାଇଁ ଯେଉଁ ଗାଇଡ ଲାଇନ ଜାରି କରାଯାଇଛି, ତାକୁ ମାନି ଗାଡ଼ି ଚଳାଚଳ କରାଯିବା ସମ୍ଭବ ନୁହେଁ ବୋଲି କହିଛି ଘରୋଇ ବସ ମାଲିକ ସଂଘ। ଗାଇଡ ଲାଇନରେ ରହିଛି ଅରେଞ୍ଜ ଓ ରେଡ୍ ଜୋନରେ ପ୍ରବେଶ ନ କରି ବସ ଚଳାଚଳ କରାଯାଇ ପାରିବ । ପୂର୍ବରୁ ଚଳାଚଳ କରୁଥିବା ବସ୍ ୫୦ ପ୍ରତିଶତ ବସକୁ ଅନୁମତି ମିଳିଛି । ଗ୍ରୀନ୍ ଜୋନରେ ଆନ୍ତଃଜିଲ୍ଲା ଏବଂ ଜିଲ୍ଲା ଭିତରେ ବସ ଗୁଡିକ ପରିବହନ କ୍ଷମତାର ୫୦ ପ୍ରତିଶତ ପର୍ଯ୍ୟନ୍ତ ଯାତ୍ରୀ ପରିବହନ କରିପାରିବ । ବସ ଗୁଡିକ ରେଡ୍ କିମ୍ବା ଅରେଞ୍ଜ ଜୋନର ସୀମା ମଧ୍ୟକୁ ପ୍ରବେଶ କରିପାରିବ ନାହିଁ । ଏନେଇ ରାଜ୍ୟ ସରକାରଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି ।