Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସମୂହର ୨୮୦ ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ଡିଏମଏଫ ବୃତ୍ତି – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସମୂହର ୨୮୦ ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ଡିଏମଏଫ ବୃତ୍ତି

ଭୁବନେଶ୍ୱର,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ଆଦର୍ଶ ବିଦ୍ୟାଳୟ ସମୂହର ୨୮୦ ଜଣ ମେଧାବୀ ଛାତ୍ରଙ୍କୁ ଡିଏମଏଫ ବୃତ୍ତି ପ୍ରଦାନ କରାଯାଇଛି। ଚଳିତବର୍ଷ ସିବିଏସଇ ଆନୁକୂଲ୍ୟରେ ଆୟୋଜିତ ୧୦ମ ଶ୍ରେଣୀ ପରୀକ୍ଷାରେ ୬୦ ପ୍ରତିଶତରୁ ଊର୍ଦ୍ଧ୍ୱ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଏହି ବୃତ୍ତି ମିଳିଛି। ସ୍କୁଲ ଶିକ୍ଷା ସମାପ୍ତ କରିଥିବା ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ପରବର୍ତ୍ତୀ ଉଚ୍ଚଶିକ୍ଷା ନିମନ୍ତେ ଉତ୍ସାହିତ କରିବା ଏହି ବୃତ୍ତି ପ୍ରଦାନର ମୁଖ୍ୟ ଉଦ୍ଦେଶ୍ୟ ବୋଲି କୁହାଯାଇଛି।

ଚଳିତବର୍ଷ କରୋନା ମହାମାରୀ ଜନିତ କଠିନ ପରିସ୍ଥିତି ସତ୍ତ୍ୱେ ଜିଲ୍ଲାର ୯ଟି ଯୋଗ୍ୟ ଆଦର୍ଶ ବିଦ୍ୟାଳୟର ୨୮୦ରୁ ଊର୍ଦ୍ଧ୍ୱ ମେଧାବୀ ଛାତ୍ରଛାତ୍ରୀ ସିବିଏସଇ ପରିଚାଳିତ ୧୦ମ ଶ୍ରେଣୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏଥିରୁ ୪୫ ଜଣ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଊର୍ଦ୍ଧ୍ୱ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା ବେଳେ ବାକି ଛାତ୍ରଛାତ୍ରୀ ୬୦ ପ୍ରତିଶତରୁ ଅଧିକ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି। ଆନନ୍ଦପୁର ଶାଳପଡ଼ାସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ର ଅମ୍ରିତ ରାଜ ବିଷୂଆ ସର୍ବାଧିକ ୯୯.୪ ପ୍ରତିଶତ ନମ୍ବର ରଖି ସମଗ୍ର ରାଜ୍ୟରେ ପ୍ରଥମ ସ୍ଥାନ ହାସଲ କରିଛନ୍ତି।

ଜିଲ୍ଲାର ଯୋଗ୍ୟ ୯ଟି ଆଦର୍ଶ ବିଦ୍ୟାଳୟର ୬୦ ପ୍ରତିଶତରୁ ଅଧିକ ନମ୍ବର ରଖିଥିବା ମେଧାବୀ ଛାତ୍ରଛାତ୍ରୀଙ୍କ ନିମନ୍ତେ ୫୪.୮ ଲକ୍ଷ ଟଙ୍କାର ମେଧାବୀ ବୃତ୍ତି ପ୍ରଦାନ କରାଯିବ। ଏହି ମେଧାବୀ ବୃତ୍ତି ଜାତୀୟ ଶିକ୍ଷାନୀତି ଅନୁରୂପ ଓ ପ୍ରତିବର୍ଷ ଜିଲ୍ଲାରେ ଥିବା ଆଦର୍ଶ ବିଦ୍ୟାଳୟର ୨୫୦ ଜଣ ଛାତ୍ରଛାତ୍ରୀ ଉପକୃତ ହେବେ। ଓଡିଶା ଆଦର୍ଶ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ବୃତ୍ତି ପ୍ରଦାନ କ୍ଷେତ୍ରରେ କେନ୍ଦୁଝର ଜିଲ୍ଲା ରାଜ୍ୟରେ ପ୍ରଥମ। ପବିତ୍ର ଗୁରୁଦିବସ ଅବସରରେ କେନ୍ଦୁଝର ଜିଲ୍ଲାପାଳ ୯ଟି ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷଙ୍କ ପ୍ରଚେଷ୍ଟାକୁ ଉଚ୍ଚ ପ୍ରଶଂସା କରିବା ସହ ସେମାନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି।