ମମିତା ମେହେର ହତ୍ୟା ମାମଲାର ତଦନ୍ତ ତଦାରଖ କରିବେ ଜିଲ୍ଲା ଜଜ୍

କଟକ,ଏନ୍ଏନ୍ଏସ୍: ବହୁଚର୍ଚ୍ଚିତ ମହାଲିଙ୍ଗ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ଅବସରପ୍ରାପ୍ତ ଜିଲ୍ଲା ଜଜ୍ ତଦନ୍ତର ତଦାରଖ କରିବେ। ଏହି ପରିପ୍ରେକ୍ଷୀରେ ଅବସରପ୍ରାପ୍ତ ଜିଲ୍ଲା ଜଜ୍ ଏବିଏସ୍ ନାଇଡୁଙ୍କୁ ତଦାରଖ ଦାୟିତ୍ୱ ଦିଆଯାଇଛି। ଜଜଙ୍କୁ ଏହି ଦାୟିତ୍ୱ ହାଇକୋର୍ଟ ପ୍ରଦାନ କରିଛନ୍ତି। ଏଥିପାଇଁ ହାଇକୋର୍ଟଙ୍କୁ ରାଜ୍ୟ ସରକାର ଅନୁରୋଧ କରିଥିଲେ। ତଦନ୍ତରେ ସ୍ୱଚ୍ଛତା ଆଣିବାକୁ ସରକାର ଏପରି ଅନୁରୋଧ କରିଥିଲେ।