Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ବିକାଶ ପାଇଁ ସହମତି ନିର୍ମାଣରେ ଗଣମାଧ୍ୟମର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହୁ – ଧର୍ମେନ୍ଦ୍ର ପ୍ରଧାନ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ବିକାଶ ପାଇଁ ସହମତି ନିର୍ମାଣରେ ଗଣମାଧ୍ୟମର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହୁ – ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର, ଏନ୍ଏନ୍ଏସ୍ :ବିକାଶ ପାଇଁ ସହମତି ନିର୍ମାଣରେ ଗଣମାଧ୍ୟମର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହୁ ବୋଲି କନକ୍ ନ୍ୟୁଜର ୧୦ ବର୍ଷ ପୂର୍ତି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସାଢେ ୪ ବର୍ଷ ବିକାଶ ଓ ଶେଷ ୬ ମାସ ଖୋଲା ରାଜନୈତିକ ଓ ବୈଚାରିକ ଲଢେଇ ପାଇଁ ମତ ରଖିବା ସହ ଗଣମାଧ୍ୟମ ବିକାଶକୁ ମୂଳ ଏଜେଣ୍ଡା କରୁ ବୋଲି ଶ୍ରୀ ପ୍ରଧାନ ଏହି ଅବସରରେ କହିଛନ୍ତି। ଗଣମାଧ୍ୟମ ନିର୍ଭିକ ଓ ନିରପେକ୍ଷ ସାମ୍ବାଦିକତା ମାଧ୍ୟମରେ ସମାଜରେ ବିତର୍କ ସୃଷ୍ଟି କରୁ। ଏହା ଦ୍ୱାରା ଲୋକଙ୍କୁ ସେମାନଙ୍କର ମତ ତିଆରି କରିବାରେ ସହଜ ହେବ ବୋଲି ସେ କହିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ, ସମାଜରେ ସମସ୍ତଙ୍କୁ ବିଶୁଦ୍ଧ ପାଣି ମିଳୁ, ସମସ୍ତେ ଆର୍ଥିକ ସମ୍ପନ୍ନତା ହୁଅନ୍ତୁ, ସମସ୍ତଙ୍କୁ ଶିକ୍ଷା, ପୃଷ୍ଟିକର ଖାଦ୍ୟ, ସ୍ୱାସ୍ଥ୍ୟ ଓ ରୋଜଗାର ମିଳୁ ଏ ଦିଗରେ କାହାର ଭିନ୍ନ ମତ ନଥାଏ। ମାତ୍ର ଏସବୁ କେଉଁ ବ୍ୟବସ୍ଥାରେ ଦିଆଯିବ, କିଭଳି ଦିଆଯିବ ସେ ବିଷୟରେ ସମସ୍ତଙ୍କ ଚିନ୍ତାଧାରା ଭିନ୍ନ ଆସିବା ସ୍ୱଭାବିକ। ତେଣୁ ଏହି ସବୁ ପ୍ରସଙ୍ଗକୁ ନିରପେକ୍ଷ ଭାବରେ ଉଚିତ୍ ବିତର୍କ କରି ଲୋକମାନଙ୍କ ଆଗରେ ଉପସ୍ଥାପନ କରିବା ଗଣମାଧ୍ୟମର ଦାୟିତ୍ୱ। ସେହିପରି ଓଡିଶାର ୨୫ଟି ଜିଲ୍ଲାରେ ନବଜାତ ଶିଶକୁ ୧୫ ବର୍ଷ ହେବା ପର୍ଯ୍ୟନ୍ତ ଯେତେ ପରିମାଣର ପୃଷ୍ଟିକର ଖାଦ୍ୟ ଖାଇବା କଥା ତାହାର ଅଭାବ କାରଣରୁ ରାଜ୍ୟରେ କୁପୋଷଣ ଦେଖାଯାଇଛି। ଆଉ ୧୭ ବର୍ଷ ପରେ ଓଡିଶା ଭାଷାଭିତିକ ରାଜ୍ୟ ଭାବେ ୧୦୦ ବର୍ଷ ପୂରଣ ହେବ। ତେବେ ପୃଷ୍ଟିକର ଖାଦ୍ୟ ଉପଲବ୍ଧ କରିବା କେବଳ ସରକାରଙ୍କର ଦୟିତ୍ୱ ନା ସମାଜର ଭୂମିକା ରହିଛି ସେ ଦିଗରେ ଚିନ୍ତା କରିବା ଦରକାର। ଏହାକୁ ପ୍ରସଙ୍ଗ କରି ଗଣମାଧ୍ୟମ ବିତର୍କ କରିବାର ଆବଶ୍ୟକତା ରହିଛି। ଯେଉଁ ସମାଜ ନିଜର ଦାୟିତ୍ୱ ସମ୍ପର୍କରେ ଅଧିକରୁ ଅଧିକ ଜାଗୃତ ଅଛି ସେହି ସମାଜକୁ କେହି ଅଟକାଇପାରିବେ ନାହିଁ। ଜର୍ମାନ୍ ଓ ଇସ୍ରାଏଲ ଭଳି ରାଷ୍ଟ୍ର ପୃଥିବୀ ପାଇଁ ମଡେଲ୍ ସୃଷ୍ଟି କରିଛନ୍ତି।

ଦୁଇଟି ବିଶ୍ୱଯୁଦ୍ଧର କେନ୍ଦ୍ର ବିନ୍ଦୁ ଜର୍ମାନ ବିକଟଳ ସ୍ଥିତିରୁ ବାହାରି ନୂଆ ଅର୍ଥନୀତିର କେନ୍ଦ୍ରବିନ୍ଦୁ ହୋଇଛି। ସାମାଜିକ ଦୃଷ୍ଟିରୁ ଦେଖିବାକୁ ଗଲେ ଇସ୍ରାଏଲରେ ପାଣିର ଅଭାବ ଥିବା ପରେ ମଧ୍ୟ ସେମାନେ ଉନ୍ନତମାନର ଚାଷ କରି ଦୁନିଆ ପାଇଁ ଗୋଟେ ମଡେଲ୍ ତିଆରି କରିପାରିଛି। ଓଡିଶାରେ ନଅଙ୍କ ଦୁର୍ଭିକ୍ଷ ହେବା ପରେ ମଧ୍ୟ ରାଜ୍ୟରେ ଅଧିକ ଯେତେ ପ୍ରଗତି କରିବା କଥା କାହିଁକି ହୋଇନାହିଁ। ଏ ପ୍ରସଙ୍ଗରେ ମଧ୍ୟ ବିତର୍କ କରାଯିବା ଦରକାର। ଆଗାମୀ ଦିନରେ ବିଶ୍ୱ କେଉଁ ମୂଲ୍ୟବୋଧକୁ ନେଇ ଆଗକୁ ଯିବାପାଇଁ ଯାଉଛି। ଆଗାମୀ ଦିନରେ ଭାରତ କଣ ହେବ, ଭାରତରେ ଓଡିଶା କେଉଁଠି ରହିବ, ଲୋକମାନେ ରହିବେ ତାହାକୁ ଭାବିବାର ଆବଶ୍ୟକତା ରହିଛି। ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡିଶା ପୃଥିବୀର ଗୋଟେ କେନ୍ଦ୍ର ବିନ୍ଦୁ ହୋଇପାରିବ। ଏହାକୁ କ୍ରିୟାନ୍ୱୟନ କରିବାର ଆବଶ୍ୟକତା ରହିଛି। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ସାଂପ୍ରତିକ ସମୟରେ ଖବରକାଗଜ ଓ ବୈଦ୍ୟୁତିକ ଗଣମାଧ୍ୟମ ପ୍ରତି ଓଡିଶାର ସାମାନ୍ୟ ଲୋକଙ୍କ ଆସ୍ଥା ଓ ଭାରସା ରହିଛି। ସାଢେ ୪ କୋଟି ଓଡିଆ ଭାଷାଭାଷୀ ଲୋକଙ୍କର ଗଣମାଧ୍ୟମ ସମୂହ ପ୍ରତି ଆସ୍ଥାଭାଜନ ହୋଇପାରିଛି, ଯାହା ସମସ୍ତଙ୍କ ପାଇଁ ଉପଲବ୍ଧିର ବିଷୟ। ଓଡିଆ ଗଣମାଧ୍ୟମ ଓଡିଆ ଜାତିର ବୁଦ୍ଧିମତା ଓ ଆଗକୁ ଦେଖିବାର ଦୃଷ୍ଟିଭଙ୍ଗୀ ପରିପ୍ରକାଶର ଏକ ଅଙ୍ଗ ହେବ ଏହା ରାଜ୍ୟର ଗଣମାଧ୍ୟମ ଠାରୁ ଆଶା ଓ ଅପେକ୍ଷା କରିବା ସ୍ୱଭାବିକ। ନୂଆ ଓଡିଶା ନିର୍ମାଣରେ ଗଣମାଧ୍ୟମର ବଡ ଭୂମିକା ରହିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।