ବିଏମସି ପକ୍ଷରୁ ମୋବାଇଲ୍‌ ଭ୍ୟାନ୍‌ ବ୍ୟବସ୍ଥା, ଲକଡାଉନ ସମୟରେ ହୋମଡେଲିଭରି ହେବ ଗ୍ରୋସରୀ ଓ ପରିବା

ଭୁବନେଶ୍ବର,ଏନ୍ଏନ୍ଏସ୍: ସାମାଜିକ ଦୂରତା ବଜାୟ ରଖିବା ପାଇଁ ଲୋକମାନେ ଆତ୍ୟାବଶ୍ୟକୀୟ ସାମଗ୍ରୀ କିଣିବାକୁ ଯାଇ ସାମାଜିକ ଦୂରତ୍ବ ରକ୍ଷା କରୁନାହାନ୍ତି। ଏହାକୁ ଲକ୍ଷ କରି ବିଏମସି ପକ୍ଷରୁ ମୋବାଇଲ୍‌ ଭ୍ୟାନ୍‌ ବ୍ୟବସ୍ଥା କରାଯାଇଛି। ଏହା ଦ୍ବାରା ଲୋକମାନେ ଘରୁ ବାହାରକୁ ଆସିବାକୁ ପଡିବନି।

ଏହି ଭ୍ୟାନ ଲୋକଙ୍କ ଘରେ ଘରେ ଗ୍ରୋସରୀ ଓ ପରିବା ପହଞ୍ଚାଇବାରେ ସାହାଯ୍ୟ କରିବ। ବର୍ତ୍ତମାନ ୧୨୦ଟି ଭ୍ୟାନ୍‌ର ବ୍ୟବସ୍ଥା କରାଯାଇଛି। ଆଗକୁ ଏହାର ସଂଖ୍ୟା ୨୦୦କୁ ବଢାଇବାକୁ ଲକ୍ଷ୍ୟ ରଖାଯାଇଛି।

ନିଜ ନିଜ ଏରିଆ ଅନୁଯାୟୀ ଟେଲିଫୋନ୍‌ ନମ୍ବର ଖୋଜି ଅର୍ଡର କରିବାକୁ ଲୋକମାନଙ୍କୁ ନିବେଦନ କରିଛନ୍ତି ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ।

ନଚେତ୍‌ ବିଏମ୍‌ସିର ହେଲ୍‌ପ ଲାଇନ୍‌ ନମ୍ବର ୧୯୨୯କୁ କଲ୍‌ କରିବାକୁ କୁହାଯାଇଛି। ଡେଲି ମାର୍କେଟ ପାଇଁ ୬୮ଟି ନୂଆ ସ୍ଥାନ ଚିହ୍ନଟ କରାଯାଇଛି।