ପ୍ରଣବ ମୁଖାର୍ଜୀଙ୍କ ବିୟେଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,ଏନ୍ଏନ୍ଏସ୍: ପୂର୍ବତନ ରାଷ୍ଟ୍ରପତି ତଥା ଭାରତ ରତ୍ନ ପ୍ରଣବ ମୁଖାର୍ଜୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି, ଜୀବନର ପ୍ରତ୍ୟେକ ସ୍ତରପାଇଁ ସ୍ୱର୍ଗତ ମୁଖାର୍ଜୀ ସମସ୍ତ ପ୍ରସଙ୍ଗରେ ଅଗାଧ ପାଣ୍ଡିତ୍ୟ ହାସଲ କରିଥିଲେ। ସେ ଜଣେ ବିଶିଷ୍ଟ ରାଜନୈତିଜ୍ଞ ଥିଲେ ଏବଂ ତାଙ୍କୁ ଦଳମତ ନିର୍ବିଶେଷରେ ସମସ୍ତେ ଭଲ ପାଉଥିଲେ। ଜାତୀୟ ପ୍ରସଙ୍ଗରେ ତାଙ୍କର ପାରଦର୍ଶିତା ପାଇଁ ସେ ଚିର ଅମର ରହିବେ।