ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱର ବରମୁଣ୍ଡା ଓଭରବ୍ରିଜ ତଳୁ ଆଜି ଜଣେ ଯୁବକର ମୃତଦେହ ଉଦ୍ଧାର ହୋଇଛି । ମୃତକଙ୍କ ପରିଚୟ ମିଳି ନଥିବା ବେଳେ ଖଣ୍ଡଗିରି ଥାନା ପୁଲିସ ଯୁବକଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ମୃତ ଯୁବକଙ୍କ ବାଇକ ମଧ୍ୟ ନାଳରେ ପଡିଥିବା ଦେଖିବାକୁ ମିଳିଛି। ଦୁର୍ଘଟଣା ଯୋଗୁଁ ଯୁବକଙ୍କ ମୃତ୍ୟୁ ଘଟିଛି ନା କେହି ତାଙ୍କୁ ହତ୍ୟା କରିଛି ସେ ନେଇ ତଦନ୍ତ ଚଳାଇଛି ପୁଲିସ।