ରାଜ୍ୟରେ କମୁଛି ଦୈନିକ କୋଭିଡ ସଂକ୍ରମଣ, ୨୪ ଘଣ୍ଟାରେ ବାହାରିଲେ ୬୦୯ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଧୀରେ ଧୀରେ ତଳକୁ ଖସୁଛି ସଂକ୍ରମଣର ପାରା। ଗତ ୨୪ ଘଣ୍ଟା ମଧ୍ୟରେ ୬୦୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩୫୪ ଜଣ କ୍ୱାରେଣ୍ଟାଇନରୁ ଥିବା ବେଳେ ୨୫୫ ଜଣ ଲୋକାଲରୁ ରହିଛନ୍ତି। ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୯୭ ଜଣ ରହିଛନ୍ତି।

ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୧୮ ଜଣ, ବାଲେଶ୍ୱର ଜିଲ୍ଲାରୁ ୨୧ ଜଣ, ବରଗଡ଼ ଜିଲ୍ଲାରୁ ୪ ଜଣ, ଭଦ୍ରକ ଜିଲ୍ଲାରୁ ୯ ଜଣ, ବୌଦ୍ଧ ଜିଲ୍ଲାରୁ ୯ ଜଣ, କଟକ ଜିଲ୍ଲାରୁ ୭୧ ଜଣ, ଦେବଗଡ଼ ଜିଲ୍ଲାରୁ ୧୦ ଜଣ, ଢେଙ୍କାନାଳ ଜିଲ୍ଲାରୁ ୨୩ ଜଣ, ଗଜପତି ଜିଲ୍ଲାରୁ ଜଣେ, ଗଞ୍ଜାମ ଜିଲ୍ଲାରୁ ୬ ଜଣ, ଜଗତସିଂହପୁର ଜିଲ୍ଲାରୁ ୨୦ ଜଣ, ଯାଜପୁର ଜିଲ୍ଲାରୁ ୩୬ ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୩ ଜଣ, କନ୍ଧମାଳ ଜିଲ୍ଲାରୁ ୫ ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୯ ଜଣ, କେନ୍ଦୁଝର ଜିଲ୍ଲାରୁ ୫ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୨୦୯ ଜଣ, କୋରାପୁଟ ଜିଲ୍ଲାରୁ ୩ ଜଣ, ମାଲକାନଗିରି ଜିଲ୍ଲାରୁ ଜଣେ, ମୟୂରଭଞ୍ଜ ଜିଲ୍ଲାରୁ ୨୬ ଜଣ, ନୟାଗଡ଼ ଜିଲ୍ଲାରୁ ୧୧ ଜଣ, ପୁରୀ ଜିଲ୍ଲାରୁ ୨୦ ଜଣ, ରାୟଗଡ଼ା ଜିଲ୍ଲାରୁ ୫ ଜଣ, ସମ୍ବଲପୁର ଜିଲ୍ଲାରୁ ୧୬ ଜଣ, ସୋନପୁର ଜିଲ୍ଲାରୁ ୨ ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୮ ଜଣ ଓ ଷ୍ଟେଟ ପୁଲରୁ ୪୮ ଜଣ ରହିଛନ୍ତି।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦ ଲକ୍ଷ ୭ ହଜାର ୧୧୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୭ ହଜାର ୫୨୮ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୯ ଳକ୍ଷ ୯୧ ହଜାର ୬୩୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।