ଓଡ଼ିଶା ଉପକୂଳ ଅଞ୍ଚଳରେ ବାତ୍ୟା ‘ବୁଲବୁଲ’ର ପ୍ରଭାବ ରାଜ୍ୟ By Nitidin Last updated Nov 9, 2019 Share ଭୁବନେଶ୍ୱର,ଏନ୍ଏନ୍ଏସ୍: ପାଣିପାଗ ବିଭାଗର ସୂଚନା ଅନୁସାରେ ଶନିବାର ଓଡ଼ିଶାର ଉପକୂଳ ଅଞ୍ଚଳରେ ଭାରିମାତ୍ରାରେ ବର୍ଷା ହୋଇଛି। ସିଭିୟର ସାଇକ୍ଲୋନିକ ଷ୍ଟ୍ରମ ବୁଲବୁଲ ପ୍ରଭାବରେ ଓଡ଼ିଶାରେ ସବୁ ସ୍ଥାନରେ ବର୍ଷା ହେଉଥିବାବେଳେ ଆଗାମୀ ୨୪ଘଣ୍ଟା ମଧ୍ୟରେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ୍ରେ ୧୮୦ଏମ୍ଏମ୍ ବର୍ଷା ଅନୁମାନ କରାଯାଇଛି। ସେହିପରି ପାରଦୀପରେ ୧୬୩.୯ ଏମ୍ଏମ୍, ଭଦ୍ରକରେ ୧୫୦.୧ଏମ୍ଏମ୍, ରାଜକନିକାରେ ୧୩୬ ଏମ୍ଏମ୍, ତିର୍ତ୍ତୋଲରେ ୧୦୦ଏମ୍ଏମ୍ ବର୍ଷାର ପୂର୍ବାନୁମାନ କରାଯାଇଛି। ସେହିପରି ଖୋର୍ଦ୍ଧା ଜିଲ୍ଲାରେ କମ୍ ପରିମାଣର ବର୍ଷା ରୋକର୍ଡ ହୋଇଛି। ଏହି ପରିପ୍ରେକ୍ଷୀରେ ଭଦ୍ରକ ଜିଲ୍ଲାରେ ପ୍ରବଳ ବର୍ଷା ହେବା ସହିତ ଗଛ ଗୁଡ଼ିକ ଭୁଶୁଡ଼ି ପଡ଼ିଛି। ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଏ ନେଇ ଘଟଣାସ୍ଥଳରେ ଏନଡିଆରଏଫ୍ ଦଳ ପହଞ୍ଚି ଗଛ କାଟା କାର୍ଯ୍ୟ ଆରମ୍ଭ ହୋଇଛି। Share