କ୍ୟାନ୍ସର ଆୱାରନେସ ପାଇଁ ସାଇକେଲ ରାଲି

ଭୁବନେଶ୍ଵର,ଏନ୍ଏନ୍ଏସ୍: କ୍ୟାନ୍ସର ଆୱାରନେସ ପାଇଁ ଆଜି ଭୁବନେଶ୍ୱର ଏକାମ୍ର ପ୍ଲାଜା(ଶିଶୁ ଭବନ) ଠାରୁ କଳିଙ୍ଗ ଷ୍ଟାଡିୟମ ପର୍ଯ୍ୟନ୍ତ ଏକ ସାଇକେଲ ରାଲି ଅନୁଷ୍ଠିତ ହୋଇଛି। କରୋନା ମହାମାରୀ ସମୟରେ କ୍ୟାନ୍ସରକୁ ଡରୁଥିବା ଲୋକମାନେ ଭୟଭୀତ ନହୋଇ କିପରି ମାନସିକ ସ୍ତରରେ ସୁଦୃଢ ରହିବେ ସେନେଇ ରାଲି ମାଧ୍ୟମରେ ଜନସଚେତନତା ସୃଷ୍ଟି କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସିଦ୍ଧାନ୍ତ ମହାପାତ୍ରଙ୍କ ସମେତ ଅନେକ ରାଜଧାନୀବାସୀ ଯୋଗ ଦେଇଥିଲେ। ବିଏମସି, କ୍ରିଆ ଫାଉଣ୍ଡେସନ ଓ ସେବା ପ୍ରୟାସ ଫାଉଣ୍ଡେସନ ପକ୍ଷରୁ ନାସନାଲ କ୍ୟାନ୍ସର ଆୱାରନେସ୍ ଡେ ଉପଲକ୍ଷେ ଏହି କାର୍ଯ୍ୟକ୍ରମ ରଖାଯାଇଥିଲା।