ଏଥର ହେବନି କଟକ ବାଲିଯାତ୍ରା

କଟକ, ଏନ୍ଏନ୍ଏସ୍: ଏଥର ହେବନି କଟକର ଐତିହାସିକ ବାଲିଯାତ୍ରା। ଜିଲ୍ଲାରେ କୋଭିଡ ସ୍ଥିତି ନେଇ ବାଲିଯାତ୍ରା ହେବନି ବୋଲି ଜିଲ୍ଲାପାଳ ଭବନୀ ଶଙ୍କର ଚୟନି ସୂଚନା ଦେଇଛନ୍ତି। ଏହାସହ ସାମୂହିକ ଭାବେ ବୋଇତ ବନ୍ଦାଣକୁ ବାରଣ କରାଯାଇଛି। ଏଥର ଧବଳେଶ୍ୱରରେ ମଧ୍ୟ ବଡଓଷା ପାଳନ ଉପରେ ବାରଣ କରାଯାଇଛି।

ପ୍ରକାଶ ଯେ, ବାଲିଯାତ୍ରା ସମୟରେ ହଜାର ହଜାର ଲୋକଙ୍କ ସମାଗମ ହୋଇଥାଏ। ଖାଦ୍ୟ ଷ୍ଟଲ ସାଙ୍ଗକୁ ଅନ୍ୟାନ୍ୟ ମନୋରଞ୍ଜନ ଭିତ୍ତିକ ଷ୍ଟଲ ପଡିଥାଏ। ଚଳିତବର୍ଷ ଯଦି ବାଲିଯାତ୍ରା ହୋଇଥାନ୍ତା ତେବେ କରୋନା ବ୍ୟାପକ ଭାବେ ଲୋକଙ୍କୁ ସଂକ୍ରମିତ କରିଥାନ୍ତା। ତେଣୁ ଜିଲ୍ଲାପାଳ ଏଭଳି ନିଷ୍ପତ୍ତି ନେଇଛନ୍ତି।