ରାଜ୍ୟରେ ସନ୍ଧ୍ୟା ୭ରୁ ଭୋର ୭ ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିବ: ଡିଜିପି

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ ରାତ୍ରକାଳୀନ କର୍ଫ୍ୟୁରେ କୋହଳ କରାଯାଇଥିବା ବେଳେ ରାଜ୍ୟରେ କୌଣସି କୋହଳ କରାଯିବ ନାହିଁ। ଏ ନେଇ ପୁଲିସ ଡିଜି ଶ୍ରୀ ଅଭୟ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

କେନ୍ଦ୍ର ସରକାରଙ୍କ ପକ୍ଷରୁ ରାତ୍ରକାଳୀନ କର୍ଫ୍ୟୁରେ କୋହଳ କରାଯାଇ ରାତ୍ର ୯ଟାରୁ ଭୋର ୫ଟା ପର୍ଯ୍ୟନ୍ତ କର୍ଫୁ କରିବାକୁ ନିର୍ଦ୍ଦେଶ ହୋଇଥିବା ଥିବା ବେଳେ ଏହାର ରାଜ୍ୟରେ ଲାଗୁ ହେବନାହିଁ ବୋଲି ଡିଜିପି ସୂଚନା ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ରାଜ୍ୟରେ ସନ୍ଧ୍ୟା ୭ଟାରୁ ଭୋର ୭ଟା ପର୍ଯ୍ୟନ୍ତ କର୍ଫ୍ୟୁ ଜାରି ରହିବ। ଏଥିସହ ଯଦି କେହି ପଦାକୁ ବିନା ମାସ୍କରେ ଆସେ ତେବେ ତାକୁ ଗିରଫ କରାଯିବ ବୋଲି ସୂଚନା ଦେଇଛନ୍ତି। ଏଥି ସହିତ ଘରୁ ପଦାକୁ ଆସୁଥିବା ବ୍ୟକ୍ତି ସାମାଜିକ ଦୂରତା ବଜାୟ ରଖିବାକୁ କହିଛନ୍ତି।