ପୁରୀ,ଏନ୍ଏନ୍ଏସ୍: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ୧୦୦ ମିଟର ବାହାରେ ହେବ ଶ୍ରୀ ଜଗନ୍ନାଥ ରିସେପସନ ସେଣ୍ଟର। ଗଜପତି ଦିବ୍ୟ ସିଂ ଦେବଙ୍କ ଅଧ୍ୟକ୍ଷତାରେ ବସିଥିବା କଲଚରାଲ ଆଡଭାଇଜରୀ କମିଟି ବୈଠକରେ ଏହି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ୧୦୦ ମିଟର ବାହାରେ ହେବ ଶ୍ରୀଜଗନ୍ନାଥ ରିସେପସନ ସେଣ୍ଟର। ଏହି ନିର୍ମାଣ ଶୈଳୀରେ ଅଧ୍ୟାତ୍ମିକ ଭାଗ ରହିବା ଭଳି ନିର୍ମାଣ କାର୍ଯ୍ୟ ହେବ। ତେବେ ଏହାର ନିର୍ମାଣ ଶୈଳୀ ଶ୍ରୀମନ୍ଦିରର ଦୃଶ୍ୟମାନ ଉପରେ ଯେପରି କୌଣସି ପ୍ରଭାବ ପଡିବନି ସେ ଦିଗରେ ଦୃଷ୍ଟି ଦିଆଯିବ।
ଗତ କାଲି କ୍ଟଭମମ ର ସମ୍ମିଳନୀ କକ୍ଷରେ ଏହି ବୈଠକ ବସିଥିଲା। ଏହି ବୈଠକରେ ପୁରୀ ଜିଲ୍ଲାପାଳ ସମେତ ପ୍ରତ୍ନତ୍ତ୍ବବିଦ , ମଠ ମହନ୍ତ ଯୋଗ ଦେଇଥିଲେ। ସେହିପରି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଆଉଟର ଆକ୍ସେସ ରୋଡର ନିର୍ମାଣ ନେଇ ମଧ୍ୟ ନିଷ୍ପତ୍ତି ହୋଇଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏକ ପ୍ରେସ ରିଲିଜରେ ଏହି ସୂଚନା ଦିଆଯାଇଛି।