ଭୁବନେଶ୍ୱର,ଏନ୍ଏନ୍ଏସ୍: ଲଗାତାର ଦୁଇ ଦିନ ରାଜ୍ୟରେ ୧୦୦ରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଆଜି ଏହା ୧୦୦ ତଳକୁ ଖସିଛି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ରାଜ୍ୟରୁ ୯୮ ଜଣ ନୂଆ କରୋନା ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୯୮ ଜଣ କ୍ୱାରେଣ୍ଟାଇନରେ ଥିଲେ। ବାକି ୪୦ଟି ଲୋକାଲ୍ କେସ୍ ବୋଲି ଜଣାପଡିଛି।
୨୧ଟି ଜିଲ୍ଲାରୁ ଓ ଷ୍ଟେଟ୍ ପୁଲ୍ରୁ ଏହି ୯୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୫ ଜଣ ଚିହ୍ନଟ ହୋଇଛନ୍ତି। ୯୮ଟି ନୂଆ କେସ୍ ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୮,୮୧୭ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୩,୩୬,୦୬୬ ଜଣ ସୁସ୍ଥ ହୋଇସାରିଛନ୍ତି। ୭୭୯ ଜଣ ଚିକିତ୍ସାଧୀନ ଅଛନ୍ତି।