ରାଜ୍ୟରେ ହ୍ରାସ ପାଉଛି କରୋନା, ଗତ ୨୪ ଘଣ୍ଟାରେ ବାହାରିଲେ ୩୬ ସଂକ୍ରମିତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ କରୋନା ବିସ୍ତାରରେ ରୋକ୍ ଲାଗିଛି। ଦୈନିକ ସଂକ୍ରମଣରୁ ଆଶ୍ୱସ୍ତି ମିଳିଛି। ଗତକାଲି ୨୫ ହଜାର ୪୪୭ ଟି ନମୁନା ପରୀକ୍ଷଣ ହୋଇଥିଲା ବେଳେ ଆଜି ପ୍ରାୟ ୧୨ ଜିଲ୍ଲାରୁ ୩୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଜି ସଙ୍ଗରୋଧ କେନ୍ଦ୍ରରୁ ୨୧ ଓ ସ୍ଥାନୀୟ ଅଞ୍ଚଳରୁ ୧୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୧୦ ଜଣ ୧୮ ବର୍ଷରୁ କମ୍ ବର୍ଗର ପିଲା ରହିଛନ୍ତି।

ବାଲେଶ୍ୱରରୁ ୨ ଜଣ, ବଲାଙ୍ଗିର, ଦେଓଗଡ, ଜଗତସିଂହପୁରରୁ ଜଣେ, ଗଜପତିରୁ ୨ ଜଣ, କେନ୍ଦ୍ରାପଡ଼ା ୩ ଜଣ, ଯାଜପୁରରୁ ୨ ଜଣ ଖୋର୍ଦ୍ଧା ୫ ଜଣ, ମୟୁରଭଞ୍ଜରୁ ୫ ଜଣ ସମ୍ବଲପୁରରୁ ୪ ଜଣ, ସୁନ୍ଦରଗଡ଼ରୁ ୯ ଜଣ ଏବଂ ଷ୍ଟେଟ୍ ପୁଲ୍‌ରୁ ଜଣେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୮୭୭୩୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥି ମଧ୍ୟରୁ ୩୩୦ ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୨୭୮୨୩୩ ଜଣ ସୁସ୍ଥ ହୋଇଛନ୍ତି। ଏବେ ସୁଦ୍ଧା ରାଜ୍ୟରେ ୩୦୭୬୪୫୮୧ ସାମ୍ପୁଲ ଟେଷ୍ଟ୍ ହୋଇଛି।