ରାଜ୍ୟରେ ୫୦ ହଜାର ଅତିକ୍ରମ କଲା କରୋନା ସଂକ୍ରମଣ; ୩୦୦ ଟପିଲା ମୃତ୍ୟୁ ସଂଖ୍ୟା

ଭୁବନେଶ୍ୱର,ଏନ୍ଏନ୍ଏସ୍: ଦୈନନ୍ଦିନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି। ଏହି ପରିପ୍ରେକ୍ଷୀରେ ଆଜି ରାଜ୍ୟର ୩୦ଟି ଜିଲ୍ଲାରୁ ୧,୮୭୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୧,୧୮୨ ଜଣ ସଂଗରୋଧ କେନ୍ଦ୍ରର ହୋଇଥିବା ବେଳେ ୬୯୪ ଜଣ ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡ଼ିଛି। ଏଥିସହିତ ରାଜ୍ୟରେ ୯ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି।

ସୂଚନା ଓ ଲୋକ ସମ୍ପର୍କ ବିଭାଗର ସୂଚନା ଅନୁସାରେ ରାଜ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୯୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଗଞ୍ଜାମରୁ ୨୬୦, ସୁନ୍ଦରଗଡ଼ରୁ ୧୧୯, କଟକରୁ ୧୦୯, ନୟାଗଡ଼ରୁ ୧୦୫, ରାୟଗଡ଼ାରୁ ୯୮, ବାଲେଶ୍ୱରରୁ ୮୧, ପୁରୀରୁ ୮୦, କୋରାପୁଟରୁ ୭୭, ଗଜପତିରୁ ୭୧, ମୟୂରଭଞ୍ଜରୁ ୭୦, କେନ୍ଦ୍ରାପଡ଼ାରୁ ୫୮, ଯାଜପୁରରୁ ୫୩, ଭଦ୍ରକରୁ ୫୦, କଳାହାଣ୍ଡିରୁ ୪୧, ସମ୍ବଲପୁର ଓ ଢ଼େଙ୍କାନାଳରୁ ୩୬ ଜଣ ଲେଖାଏଁ, ବଲାଙ୍ଗିରରୁ ୩୧, ନବରଙ୍ଗପୁର ଓ କନ୍ଧମାଳରୁ ୩୦ ଜଣ ଲେଖାଏଁ, ଜଗତସିଂହପୁରରୁ ୨୬, ମାଲକାନଗିରିରୁ ୨୪, ସୋନପୁରରୁ ୨୨, କେନ୍ଦୁଝରରୁ ୨୧, ବରଗଡ଼ ଓ ଅନୁଗୁଳରୁ ୧୫ ଜଣ ଲେଖାଏଁ, ବୌଦ୍ଧରୁ ୧୦, ଝାରସୁଗୁଡ଼ାରୁ ୬, ନୂଆପଡ଼ାରୁ ୩, ଦେବଗଡ଼ରୁ ୨ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି।

ଏଥିସହିତ ବର୍ତ୍ତମାନ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦ ହଜାର ୬୭୨କୁ ବୃଦ୍ଧି ପାଇଛି। ସେଥିରୁ ୩୪ ହଜାର ୮୦୫ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୫ ହଜାର ୫୦୯ ଜଣ ସକ୍ରିୟ ଅଛନ୍ତି।

ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ ଆଜି ରାଜ୍ୟରେ ୯ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଏହି ମୃତକଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାର ଜଣେ ୪୮ ବର୍ଷୀୟ ମହିଳା, ଦୁଇ ଜଣ ୫୭ ବର୍ଷୀୟ ପୁରୁଷ ଓ ଜଣେ ୭୪ ବର୍ଷୀୟ ବୃଦ୍ଧା ଥିବା ଜଣାପଡ଼ିଛି। ସେହିପରି ରାୟଗଡ଼ାର ୨ ଜଣ ୬୫ ବର୍ଷୀୟ ବୃଦ୍ଧ, ଖୋର୍ଦ୍ଧାର ଜଣେ ୫୮ ବର୍ଷୀୟ ପୁରୁଷ, ଅନୁଗୁଳର ଜଣେ ୪୪ ବର୍ଷୀୟ ମହିଳା ଓ ବାଲେଶ୍ୱରର ଜଣେ ୩୮ ବର୍ଷୀୟ ଯୁବକର କରୋନାରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏଥିସହିତ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୩୦୫ରେ ପହଞ୍ଚିଛି। ତେବେ ମୋଟ ମୃତକଙ୍କ ମଧ୍ୟରେ ଗଞ୍ଜାମରୁ ୧୪୪ ଜଣ ଓ ଖୋର୍ଦ୍ଧାରୁ ୪୨ ଜଣ ଥିବା ଜଣାପଡ଼ିଛି।