ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ରାଜଧାନୀରେ ଆଉ ୩୧୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୬୨ ଜଣ କ୍ୱାରେଣ୍ଟାଇନ କେନ୍ଦ୍ରର ହୋଇଥିବାବେଳେ ୨୫୫ ଜଣ ସ୍ଥାନୀୟ ସଂକ୍ରମଣ ବୋଲି ସୂଚନା ରହିଛି। ଏନେଇ ଆଜି ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି। ସେହିପରି ରାଜଧାନୀରେ ଆଜି କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି ୩୧୨ ଜଣ।

ଏହି ପରିପ୍ରେକ୍ଷୀରେ ୟୁନିଟ ୯ରୁ ୧୭ ଜଣ, ଶୈଳଶ୍ରୀ ବିହାର ଓ ୟୁନିଟ-୮ରୁ ୧୨ ଜଣ ଲେଖାଏଁ, ସହିଦ ନଗରରୁ ୧୧ ଜଣ, ବରମୁଣ୍ଡା ଓ ନୟାପଲ୍ଲୀରୁ ୯ ଜଣ, ପଟିଆ ଓ ୟୁନିଟ-୨ରୁ ୮ ଜଣ ଲେଖାଏଁ, ଝାରପଡ଼ା ଓ ଆଇଆରସି ଭିଲେଜରୁ ୬ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
