ଏଣିକି ରେଳବଗିରେ ଏକାନ୍ତବାସର ସୁବିଧା

ଭୁବନେଶ୍ୱର,ଏନ୍ଏନ୍ଏସ୍: ସଙ୍ଗରୋଧ କିମ୍ବା ଏକାନ୍ତବାସ ସୁବିଧା ଯୋଗାଇବା ପାଇଁ ଆଗେଇ ଆସିଛି ଭାରତୀୟ ରେଳ। ଏକାନ୍ତବାସ ପାଇଁ ପ୍ରଯୁଜ୍ୟ ସ୍ଥାନ ପାଉ ନଥିବା ଲୋକେ ଏଣିକି ରେଳ କୋଚକୁ ବ୍ୟବହାର କରି ପାରିବେ। ରେଳ ବିଭାଗର ସମୁଦାୟ ୫ହଜାର କୋଚ୍ ଓ ତନ୍ମଧ୍ୟରୁ ପୂର୍ବତଟ ରେଳପଥର ୨୬୧ଟି କୋଚରେ ଏକାନ୍ତବାସ କିମ୍ବା ସଙ୍ଗରୋଧର ସୁବିଧା ଉପଲବଧ ହେବ। ପୂର୍ବତଟ ରେଳପଥର ମଞ୍ଚେଶ୍ୱର, ଭୁବନେଶ୍ୱର, ସମ୍ବଲପୁର ଓ ବିଶାଖାପାଟଣାରେ ସନ୍ଦିଗ୍ଧ ବ୍ୟକ୍ତିଙ୍କ ପାଇଁ ଏକାନ୍ତବାସର ସୁବିଧା ଉପଲବଧ ହେବ। ମଞ୍ଚେଶ୍ୱର ୱାର୍କସପର ୫୧ଟି, ପରୀ ରେଳ ଷ୍ଟେସନର ୩୯ଟି, ଭୁବନେଶ୍ୱରର ୪୬ଟି, ସମ୍ବଲପୁରର ୩୨ଟି, ବିଶାଖାପାଟଣାର ୬୦ଟି ଓ ଖୋର୍ଦ୍ଧାର ୩୩ଟି ରେଳ କୋଚକୁ ଏକାନ୍ତବାସ ବଗିରେ ପରିବର୍ତ୍ତିତ କରାଯିବ। ରେଲୱେ କୋଚରେ ଏକାନ୍ତବାସ କାଟିବାକୁ ଥିବା ବ୍ୟକ୍ତିଙ୍କ ପାଇଁ ସମସ୍ତ ଅତ୍ୟାବଶ୍ୟକ ସୁବିଧା ସହ ଡ଼ାକ୍ତରୀ ସୁବିଧା ଯୋଗାଇ ଦେବା ପାଇଁ ରେଳ ବିଭାଗ ପ୍ରତିଶ୍ରୁତି ଦେଇଛି। ଏକାନ୍ତବାସରେ ନିଯୁକ୍ତ ହେବା ପରେ ରେଳ କୋଚକୁ ଅପେକ୍ଷାକୃତ ଭାବେ ନିଛାଟିଆ ସ୍ଥାନରେ ରଖାଯିବ।