ଓଡ଼ିଶାରେ ଲକଡାଉନ ନେଇ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଗଠନ

ଭୁବନେଶ୍ୱର,ଏନ୍ଏନ୍ଏସ୍: କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ଦେଶରେ ୨୧ ଦିନିଆ ଲକଡାଉନ୍ ଘୋଷଣା ହୋଇଛି। ତେବେ ଏହି ଲକଡାଉନ ସମୟରେ ଦେଶର ପରିସ୍ଥିତି ଉପରେ ନଜର ରଖିବା ପାଇଁ ଓଡ଼ିଶା ସରକାର ଏକ କଣ୍ଟ୍ରୋଲ୍ ରୁମର ବ୍ୟବସ୍ଥା କରିଛନ୍ତି। ତେବେ ୨୦୨୦ମାର୍ଚ୍ଚ ୨୬ ତାରିଖରୁ ରାଜ୍ୟ ଗୃହ ବିଭାଗରେ ଏହି କଣ୍ଟ୍ରୋଲ୍ ରୁମ୍ ୨୪/୭ କାର୍ୟ୍ୟ କରିବ।

ଏହି କଣ୍ଟ୍ରୋଲ୍ ରୁମ ନମ୍ବର- ୦୬୭୪-୨୩୯୨୧୧୫/୯୪୩୮୯୧୫୯୮୬
ଲକଡାଉନ ଘୋଷଣା ଯୋଗୁଁ ସୃଷ୍ଟି ହେଉଥିବା ବିଭିନ୍ନ ସମସ୍ୟା ଉପରେ ରାଜ୍ୟ ସରକାରଙ୍କ ଏହି କଣ୍ଟ୍ରୋଲ୍ ରୁମ୍ ଦୃଷ୍ଟି ଦେବ। ଦେଶର ବିଭିନ୍ନ ଅଞ୍ଚଳରେ ବସବାସ କରୁଥିବା ଓଡ଼ିଆ ଲୋକମାନେ ମଧ୍ୟ ସମ୍ମୁଖୀନ ହେଉଥିବା ଅସୁବିଧା ସମ୍ବନ୍ଧରେ ଏହି କଣ୍ଟ୍ରୋଲ୍ ରୁମକୁ ଜଣାଇପାରିବେ ବୋଲି ସୂଚନା ଦିଆଯାଇଛି। ତେବେ ଏହାକୁ ଅମିତାଭ ଠାକୁର, ଆଇପିଏସ୍, ଆଇଜିପି (ଅପରେସନ୍ସ୍) ପର୍ୟ୍ୟବେକ୍ଷଣ କରିବେ।