ରାଜୀବ ଗାନ୍ଧୀଙ୍କ ଜୟନ୍ତୀ ଅବସରରେ କଂଗ୍ରେସର ସେବା ଶିବିର ରାଜ୍ୟ By Nitidin Last updated Aug 20, 2020 Share ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱରର ନୟାପଲ୍ଲୀ ୱାର୍ଡ ନଂ ୩୯ ଅଧୀନରେ ଥିବା ନୂଆସାହି ଅଞ୍ଚଳରେ କଂଗ୍ରେସ ଦଳ ତରଫରୁ ଓଡିଶା ପ୍ରଦେଶ ଯୁବ କଂଗ୍ରେସ କମିଟିର ପୂର୍ବତନ ସାଧାରଣ ସମ୍ପାଦକ ଅଭିଳାଷ ମାଣିଆଙ୍କ ନିର୍ଦ୍ଦେଶ କ୍ରମେ ଭୂତପୂର୍ବ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଜୟନ୍ତୀ ଅବସରରେ ଏକ ସେବା ଶିବିର ଅନୁଷ୍ଠିତ ହୋଇଥିଲା । ଜିଲ୍ଲା କଂଗ୍ରେସ କମିଟିର ପୂର୍ବତନ ସମ୍ପାଦକ ଦେବବ୍ରତ ମହାନ୍ତିଙ୍କ ତତ୍ତ୍ୱାବଧାନରେ ଏହି ସେବା ଶିବିର ଆୟୋଜନ କରାଯାଇଥିଲା। ଏଥିରେ କଂଗ୍ରେସ କର୍ମୀମାନେ ସିତାପୁର ବସ୍ତି, କେଉଟ ସାହି, ଖ୍ରୀଷ୍ଟିଆନ ସାହି, ଦେହୁରୀ ସାହି ସହ ଅନ୍ୟ ସାହି ବାସିନ୍ଦାଙ୍କ ପାଖକୁ ଯାଇ କରୋନା ବିଷୟରେ ସଚେତନ କରାଇବା ସହ ରନ୍ଧା ଖାଦ୍ୟ ବିତରଣ କରିଥିଲେ। ଅଭିଳାଷ ମାଣିଆଙ୍କ ମହାନତା ଏବଂ ଯୁବ ସମାଜସେବୀ ଦେବବ୍ରତ ମହାନ୍ତିଙ୍କ ସେବା ମନୋଭାବ ପାଇଁ ନୂଆସାହି ବାସିନ୍ଦା ଖୁସି ବ୍ୟକ୍ତ କରିବା ସହ ପ୍ରସଂଶା କରିଥିଲେ। ଏହି ସେବା ଶିବିରରେ ଟିମ୍ ଅଫ ଅଭିଳାଷ ମାଣିଆ ସଂଗଠନର ସଦସ୍ୟ ତଥା ଛାତ୍ର ନେତା ସାହାରୁଖ ଖା, ଅନୀଲ ମାଟିଆ, ବିନାୟକ ୟୁଥ ଆସୋସିଏସନ୍ ଯୁବ ସଂଗଠନର ଉପଦେଷ୍ଟା ଦିଲ୍ଲୀପ କୁମାର ନାୟକ, ଗଣେଶ ନାୟକ, ବାଦଲ କୁମାର ପରିଡା, ବିଶ୍ୱଜିତ୍ ସାହୁ, ସିଲୁ ନାୟକ, ବିକାଶ ମହାନ୍ତିଙ୍କ ସହ ଅନ୍ୟ ଉତ୍ସାହି ଯୁବ ବନ୍ଧୁମାନେ ସହଯୋଗ କରିଥିଲେ। Share