କଂଗ୍ରେସ ଅବନୀତି ପଛରେ କଂଗ୍ରେସ ନେତା: ତାରା ପ୍ରସାଦ ବାହିନୀପତି

ଭୁବନେଶ୍ବର,ଏନ୍ଏନ୍ଏସ୍: ରାଜ୍ୟରେ କଂଗ୍ରେସର ସ୍ଥିତି ଦିନକୁ ଦିନ ଅତି ଦୁର୍ବଳ ହେବାରେ ଲାଗିଛି। ଏମିତି ଅବସ୍ଥା ହୋଇଛି ଯେ, ଟିକେଟ ନେଇ ପ୍ରାର୍ଥୀ ହେବାକୁ ନେତାଙ୍କ ଅଭାବ ଦେଖିବାକୁ ମିଳିଛି। ଏନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି କଂଗ୍ରେସର ବିଧାୟକ ତାରା ପ୍ରସାଦ ବାହିନୀପତି। ତେବେ ଅଲ ଇଣ୍ଡିଆ କଂଗ୍ରେସ କମିଟି୍ (AICC) ତୁରନ୍ତ ହସ୍ତକ୍ଷେପ କରି କାର୍ଯ୍ୟାନୁଷ୍ଠାନ ନେବାକୁ ତାରା ଦାବି କରିଛନ୍ତି। ସେହିପରି ପୌର ନିର୍ବାଚନରେ ବିଏମସି ଅଞ୍ଚଳରେ ୬୭ ପ୍ରାର୍ଥୀ ଦେବାକୁ ଦଳ ସକ୍ଷମ ହୋଇନାହିଁ। ପ୍ରାୟ ୨୦ ୱାର୍ଡରେ କଂଗ୍ରେସର ପ୍ରାର୍ଥୀ ନାହାନ୍ତି। ରାଜ୍ୟର ବିଭିନ୍ନ ପୌରାଞ୍ଚଳରେ ସମାନ ଅବସ୍ଥା ଦେଖିବାକୁ ମିଳୁଛି।

ଆଜି ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିଧାୟକ ତାରା ପ୍ରସାଦ ବାହିନୀପତି। ତାରା କହିଛନ୍ତି ଯେ, ପୌର ନିର୍ବାଚନରେ ଯେଉଁ ନେତା ପ୍ରାର୍ଥୀ ଦେଇ ପାରି ନାହାନ୍ତି, ତାଙ୍କୁ କଂଗ୍ରେସ ନେତା ବୋଲି ମାନିବା ଉଚିତ ନୁହେଁ ବୋଲି ତାରା କହିଛନ୍ତି। ଏହା କଂଗ୍ରେସ ପାଇଁ କ୍ଷତିକାରକ ବୋଲି ସେ କହିଛନ୍ତି।

ଏହାକୁ ତର୍ଜମା କରି ଏହି ସବୁ ନେତାଙ୍କ ବିରୋଧରେ ରାହୁଲ ଗାନ୍ଧୀ କୈଫତ ମାଗିବା ଦରକାର। ଏମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇ ଦଳରୁ ବିଦା କରିବାର ଆବଶ୍ୟକତା ରହିଛି ବୋଲି ତାରା ପ୍ରତିକ୍ରିୟାରେ କହିଛନ୍ତି। ଦଳର ଏପରି ଅବସ୍ଥା ପାଇଁ ରାଜ୍ୟସ୍ତରୀୟ, ଜିଲ୍ଲାସ୍ତରୀୟ ନେତା ଦାୟୀ।

ସେହିପରି ପିସିସି ସଭାପତି କଣ କରିବେ ? ଏଆଇସିସି(AICC) ସମ୍ପାଦକ ଜାଣି କାର୍ଯ୍ୟାନୁଷ୍ଠାନ ନିଅନ୍ତୁ। ତୁରନ୍ତ ବିଦା କରିବା ଦରକାର। କଂଗ୍ରେସକୁ ନୂଆ ପିଢ଼ି ଆସିବା ଦରକାର ସହ ଜିତିବା ସ୍ଥାନରେ ବେଇମାନଙ୍କୁ ଦାୟିତ୍ୱ ଦେଉଛନ୍ତି ବୋଲି ସେ କହିଛନ୍ତି।