ଖୋଲିବ ବିଶ୍ୱବିଦ୍ୟାଳୟ ଓ କଲେଜ ଲାବ୍

ଭୁବନେଶ୍ୱର, ଏନ୍ଏନ୍ଏସ୍: ପିଏଚ୍ଡି, ପିଜି ଓ ଏମ୍ଫିଲ୍ ପିଲାଙ୍କ ପାଇଁ ବିଶ୍ୱବିଦ୍ୟାଳୟ ଓ କଲେଜର ଲାବୋରେଟୋରୀ ଖୋଲିବ। ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ପଢ଼ୁଥିବା ଛାତ୍ରଛାତ୍ରୀ, ଯେଉଁମାନେ ଲାବୋରେଟୋରୀ କାମ ଆବଶ୍ୟକ କରନ୍ତି, କେବଳ ସେମାନଙ୍କ ପାଇଁ କରୋନା କଟକଣା ସହ ଲାବୋରେଟୋରୀ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ଉଚ୍ଚଶିକ୍ଷା ବିଭାଗର ସଚିବ ଶାଶ୍ୱତ ମିଶ୍ର ସବୁ ବିଶ୍ୱବିଦ୍ୟାଳୟ ଓ କଲେଜର କୁଳପତି ଏବଂ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି।

ସୂଚନାଯୋଗ୍ୟ ଗତ ୩୦ ତାରିଖରେ ଡିସେମ୍ବର ମାସ ଲାଗି କୋଭିଡ୍ ଗାଇଡ୍ଲାଇନ୍ ଜାରି କରିଥିଲେ ରାଜ୍ୟ ସରକାର। ଡିସେମ୍ବର ୧ରୁ ରାଜ୍ୟରେ ସମସ୍ତ ମେଡିକାଲ କଲେଜ କୋଭିଡ୍ ଗାଇଡ୍ଲାଇନ୍ ସହ ଖୋଲିବାକୁ ଅନୁମତି ଦେବା ସହ ବିଶ୍ୱବିଦ୍ୟାଳୟ ଓ କଲେଜ ଖୋଲିବା ନିଷ୍ପତ୍ତି ଉଚ୍ଚଶିକ୍ଷା ବିଭାଗ ଉପରେ ଛଡ଼ା ଯାଇଥିଲା। ଏହି ଗାଇଡ୍ଲାଇନ୍ କ୍ରମେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଲାବ୍ ଖୋଲିବାକୁ ଅନୁମତି ଦିଆଯାଇଛି।