ଆବାସ ଯୋଜନାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ବିଜୁ ପକ୍କା ଘର ପାଇଥିବା ହିତାଧିକାରୀଙ୍କୁ ମିଳିବ ମରାମତି ଖର୍ଚ୍ଚ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆବାସ ଯୋଜନାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ବିଜୁ ପକ୍କା ଘର ପାଇଥିବା ହିତାଧିକାରୀଙ୍କୁ ମିଳିବ ମରାମତୀ ଖର୍ଚ୍ଚ। ଏନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଭିଡିଓ ବାର୍ତ୍ତା ଜାରି କରି ଘୋଷଣା କରିଛନ୍ତି।

ତେବେ ବିଜୁ ପକ୍କା ଯୋଜନାରେ ଘର ପାଇଥିବା ହିତାଧିକାରୀଙ୍କୁ ଘର ମରାମତୀ ପାଇଁ ମିଳିବ ୩ ହଜାର ଟଙ୍କା। ନିର୍ମାଣ ଶ୍ରମିକ ପକ୍କା ଘର, ଖଣି ଅଞ୍ଚଳ ପକ୍କା ଘର ଯୋଜନାରେ ଘର ତିଆରି କରିଥିବା ହିତାଧିକାରୀଙ୍କୁ ମଧ୍ୟ ଏହି ମରାମତୀ ଟଙ୍କା ମିଳିବ ବୋଲି ଆଜି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ଏହା ସହିତ କେନ୍ଦ୍ରୀୟ ସହାୟତାରୁ ଘର ପାଇନଥିବା ଲୋକଙ୍କୁ ମଧ୍ୟ ମରାମତୀ ଖର୍ଚ୍ଚ ଦେବା ପୋଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏହି ଲୋକ ମାନଙ୍କୁ ଘର ମରାମତୀ ପାଇଁ ୫ ହଜାର ଟଙ୍କା ମିଳିବ।

ତେବେ ଆଜି ରାଜ୍ୟ କ୍ୟାବିନେଟ୍‌ରେ ଏନେଇ ନିଷ୍ପତି ନିଆଯିବା ପରେ ଭିଡିଓ ବାର୍ତ୍ତା ଜାରି କରି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ହିତାଧିକାରୀ ମାନଙ୍କ ସହାୟତା ରାଶି ସିଧାସଳଖ ବ୍ୟାଙ୍କ ଆକାଉଣ୍ଟକୁ ଯିବ। ଏହି ଘୋଷଣା ଦ୍ୱାରା ୩୦ ଲକ୍ଷ ପରିବାର ଉପକୃତ ହେବାକୁ ଯାଉଛନ୍ତି ଓ ଏଥିପାଇଁ ରାଜ୍ୟ ରାଜକୋଷରୁ ୧୪୪୪ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ସୂଚନା ମିଳିଛି।